ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

“ଯାହାର ନେତା ଅଭାବ, ସେମାନେ ବାହାରୁ  ନେତା ନିଅନ୍ତି। ବ୍ୟବସାୟିକ ଫାଇଦା ପାଇଁ ନେତାମାନେ ଦଳବଦଳ କରନ୍ତି।”

ଝାରସୁଗୁଡ଼ା ବିଧାୟକ ନବ ଦାସ କଂଗ୍ରେସ ଛାଡ଼ିବା  ଏବଂ ଅନ୍ୟଦଳରେ ସାମିଲ ହେବା ନେଇ ଯେଉଁ ଚର୍ଚ୍ଚା ହେଉଛି ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

ନିରଞ୍ଜନ କହିଛନ୍ତି, ”ଏସବୁ କଥା ମୁଁ ବାହାରୁ ଶୁଣିବାକୁ ପାଇଛି। ଏ ଖବର ଶୁଣି ମୁଁ ଦୁଃଖିତ। ଯଦି ସେ ଦଳ ଛାଡ଼ିଲେ ତେବେ ଦଳ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ। ଯାହାର ନେତା ଅଭାବ, ସେମାନେ ବାହାରୁ  ନେତା ନିଅନ୍ତି। ଆଜିକାଲି ରାଜନୀତିରେ ଆଦର୍ଶର ଅଭାବ ଦେଖାଗଲାଣି। ବ୍ୟବସାୟିକ ଫାଇଦା ପାଇଁ ନେତାମାନେ ଦଳବଦଳ କରନ୍ତି। ଦଳ ପରିବର୍ତ୍ତନ କଲେ ଆଉ ଭୋଟ ମିଳିବନି।”

ଆସନ୍ତା ୨୫ରେ ରାହୁଲ ଗାନ୍ଧି ଓଡ଼ିଶା ଆସୁଥିବା ବେଳେ, ରାହୁଲଙ୍କ ସଭାରେ ନବ ଦାସ ଯୋଗଦେବେ ନାହିଁ ବୋଲି କହିଛନ୍ତି। ଏହା ସହିତ ସମର୍ଥକ ଯାହା ଚାହିଁବେ ସେ ତାହା କରିବେ ବୋଲି କହିଛନ୍ତି। ଅନ୍ୟପକ୍ଷରେ ନବ ଦାସ ବିଜେଡ଼ିରେ ଯୋଗ ଦେବା ଚର୍ଚ୍ଚା ମଧ୍ୟ ଜୋର ହେଉଛି।

Comment