ଓଡ଼ିଶାଲାଇଭ୍ ବ୍ୟୁରୋ

ବ୍ରହ୍ମ ବିଭ୍ରାଟ ନେଇ ପ୍ରଶାସନ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ପୂର୍ବରୁ, ସେବକ ମାନଙ୍କୁ ପକ୍ଷ ରଖିବା ଲାଗି ଶେଷ ସୁଯୋଗ ଦେଇଛି।

ଶ୍ରୀଜୀଉଙ୍କ ନବକଳେବର ସମୟରେ ହୋଇଥିବା ବ୍ରହ୍ମ ବିଭ୍ରାଟ ପ୍ରସଙ୍ଗରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୯ଦଇତାପତିଙ୍କ ସମେତ ଜଣେ ମହାରଣା ସେବକଙ୍କୁ ପୁଣିଥରେ ନୋଟିସ ଜାରି କରିଛି ଶ୍ରୀ ମନ୍ଦିର ପ୍ରଶାସନ।

ସେମାନେ ଯେଉଁ ଜବାବ ଦାଖଲ କରିଛନ୍ତି ତାହା ସନ୍ତୋଷଜନକ କିମ୍ବା ଗ୍ରହଣନୀୟ ନୁହଁ ବୋଲି  ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର କହିଛନ୍ତି। ନୋଟିସରେ କୁହାଯାଇଛି କି ଶ୍ରୀଜୀଉଙ୍କ ନୀତିରେ ବିଶୃଙ୍ଖଳା ଏବଂ ଅବହେଳା ପାଇଁ ଶ୍ରୀ ଜଗନ୍ନାଥ ମନ୍ଦିର ଆଇନର ୨୧(ଖ) ଧାରା ଅନୁଯାୟୀ କାହିଁକି ଦଣ୍ଡ ବିଧାନ କରାନଯିବ।

ନୋଟିସରେ ୩ଟି ଗୁରୁତର ଅଭିଯୋଗ ରହିଛି। ୧୫ଦିନ ମଧ୍ୟରେ ଜବାବ ଦାଖଲ କରିବାକୁ କୁହାଯାଇଛି। ଗୋଟେ ପ୍ରକାର ଏହି ଘଟଣାକୁ ନେଇ ପୁଣିଥରେ ଦଇତାପତି ଓ ପ୍ରଶାସନ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ବ୍ରହ୍ମ ବିଭ୍ରାଟ ନେଇ ପ୍ରଶାସନ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ପୂର୍ବରୁ ଅଭିଯୁକ୍ତ ସେବକ ମାନଙ୍କୁ ପକ୍ଷ ରଖିବା ଲାଗି ଶେଷ ସୁଯୋଗ ଦେଇଛି।

Comment