ଓଡ଼ିଶାଲାଇଭ୍ ବ୍ୟୁରୋ

ରାସ୍ତାଘାଟରେ ବୁଲୁଥିବା ଗାଈଙ୍କୁ ଆପଣେଇଲେ ଗଣତନ୍ତ୍ର ଦିବସ, ସାଧାରଣତନ୍ତ୍ର ଦିବସରେ ସମ୍ମାନିତ କରିବେ ରାଜସ୍ଥାନ ସରକାର।

ଗାଈ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜସ୍ଥାନ ସରକାର ଏବେ ଏକ ନୂଆ ନିଷ୍ପତ୍ତି ଶୁଣାଇଛନ୍ତି। ସରକାର ନିଷ୍ପତ୍ତି ନେଇଛନ୍ତି ରାସ୍ତାରେ ବୁଲୁଥିବା ଗାଈକୁ ଯେଉଁ ବ୍ୟକ୍ତି ଆପଣେଇ ନେବ ତାଙ୍କୁ ସମ୍ମାନିତ କରାଯିବ।

ବାହାରେ ବୁଲୁଥିବା ଗାଈଙ୍କୁ ଆପଣେଇଥିବା ବ୍ୟକ୍ତିଙ୍କୁ ରାଜ୍ୟ ସରକାର ଗଣତନ୍ତ୍ର ଦିବସ, ସାଧାରଣତନ୍ତ୍ର ଦିବସରେ ସମ୍ମାନିତ କରିବେ। ଏହି ସମ୍ମାନ ଜିଲ୍ଲାପାଳ ପ୍ରଦାନ କରିବେ।

ରାଜ୍ୟ ଗୋପାଳନ ନିର୍ଦ୍ଦେଶାଳୟ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଏନେଇ ଚିଠି ଲେଖିଛନ୍ତି। ଏନ୍‌ଜିଓ, ସମାଜ ସେବୀ ଓ ଗାଈକୁ ଭଲ ପାଉଥିବା ବ୍ୟକ୍ତିଙ୍କୁ ଏ ଦିଗରେ ପ୍ରେରିତ କରନ୍ତୁ ବୋଲି ଗୋପାଳନ ନିର୍ଦ୍ଦେଶାଳୟ ଜିଲ୍ଲାପାଳଙ୍କୁ ସୂଚନା ଦେଇଛନ୍ତି।।

ପୂର୍ବରୁ ଉତ୍ତରପ୍ରଦେଶ ସରକାର ଗୋ ସରକ୍ଷା ଦୃଷ୍ଟିରେ ରଖି ଏହିପରି ଏକ ନିଷ୍ପତ୍ତି ନେଇଥିଲେ। ସଡ଼କରେ, ଜମିରେ ବୁଲୁଥିବା ଗାଈଙ୍କୁ ଗୋ ଆଶ୍ରୟସ୍ଥଳୀ ଆଣିବାକୁ ଯୋଗୀ ସରକାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଏବେ ଏଥିରେ ସାମିଲ ହୋଇଛି ରାଜସ୍ଥାନ ସରକାର। ତେବେ ନିର୍ବାଚନ ପୂର୍ବରୁ କଂଗ୍ରେସ ଗାଈ ସୁରକ୍ଷାକୁ ଗୁରୁତ୍ଵ ଦେବ ବୋଲି କହିଥିଲା। ନିର୍ବାଚନ ଜିତି ଶାସନକୁ ଆସିବାରେ କଂଗ୍ରେସ ପ୍ରତିଶ୍ରୁତି ପାଳନ କରୁଛି ବୋଲି କୁହାଯାଉଛି।

Comment