ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

୨୦୧୯ରେ କେତେକ ନୂଆ ହିରୋଙ୍କୁ ଓଲିଉଡ ପରଦା ଉପରେ ଦର୍ଶକ ଦେଖିବାକୁ ପାଇବେ। ଆସନ୍ତୁ ଜାଣିବା ସେମାନେ କେଉଁ ଓଡ଼ିଆ ସିନେମାରେ ପ୍ରଥମ ଥର ପାଇଁ ନଜର ଆସିବେ

ଭିସାନ୍:- ୨୦୧୯ର ଏକ ଜବରଦସ୍ତ ଟିନ୍ଏଜର୍ ଲଭଷ୍ଟୋରି ହେବ ବୋଲି ଆଶା କରାଯାଉଛି ଫିଲ୍ମ ‘ଚାଲ୍ ଟିକେ ଦୁଷ୍ଟ ହେବା’। ତରଙ୍ଗ ସିନେ ପ୍ରଡକ୍ସନ୍ସ ବ୍ୟାନରରେ ନିର୍ମାଣଧୀନ ଏହି ଓଡ଼ିଆ ସିନେମାରେ ଦର୍ଶକ ପ୍ରଥମ ଥର ପାଇଁ ଜଣେ ନୂଆ ନାୟକଙ୍କୁ ଦେଖିବାକୁ ପାଇବେ। ଏହି ଫିଲ୍ମରେ ଅଭିନୟ କରିଥିବା ନୂଆ ନାୟକଙ୍କ ନାଆଁ ହେଲା ରିସାନ୍। ଏହି ଓଡ଼ିଆ ସିନେମାର ନିର୍ଦ୍ଦେଶକ ହେଲେ ତାପସ ସରଘରିଆ। ଏଥିରେ ରିସାନ୍‌ଙ୍କ ବିପକ୍ଷରେ ଦୁଇ ଜଣ ନବାଗତା ମହିମା ଓ ସିୟାଲି ବି ନଜର ଆସିବେ।

ଅଙ୍କିତ କୁମାର:-

 

୨୦୧୯ର ଏକ ପ୍ରତୀକ୍ଷିତ ସିନେମା ହେଲା ‘ପାଗଳ ମୁଁ ତୋ’ ପାଇଁ’। ଏହି ସିନେମାରେ ଜଣେ ଟେଲି ହିରୋ ଓଲିଉଡରେ ନାୟକ ଭାବେ କାମ କରିଛନ୍ତି। ଏହି  ନାୟକ ଜଣକ ହେଲେ ଅଙ୍କିତ କୁମାର। ଅଙ୍କିତଙ୍କୁ ପୂର୍ବରୁ ଅନ୍ୟ ଏକ ଫିଲ୍ମରେ ବ୍ରେକ୍ ମିଳିଥିଲା, ମାତ୍ର ସେହି ଫିଲ୍ମଟି ଅଧାରେ ଅଟକି ଯାଇଥିଲା। ତେବେ ସେ ଯାହା ହେଉନା କାହିଁକି ଅଙ୍କିତ କୁମାରଙ୍କ ଡେବ୍ୟୁ  ଫିଲ୍ମ ‘ପାଗଳ ମୁଁ ତୋ’ ପାଇଁ’ ୨୦୧୯ରେ ରିଲିଜ୍ ହେବ। ଏଥିରେ ନବାଗତା ଲଭଲି ଲିଲି ଅଛନ୍ତି ନାୟିକା ଭୂମିକାରେ। ଏନ୍ ପାଢ଼ୀ ଏହି ସିନେମାର ନିର୍ଦ୍ଦେଶକ।

ଅନିକେତ ମିଶ୍ର:-

୨୦୧୯ରେ ଜଣେ ଶିଶୁ କଳାକାରରୁ ନାୟକ ବନିଥିବା ଯୁବକଙ୍କୁ ବି ପରଦାରେ ଦେଖିବାକୁ ମିଳିବ। ଏହି ନାୟକ ଜଣକ ହେଲେ ଅନିକେତ ମିଶ୍ର। ସେ ‘କ୍ରିମିନାଲ୍ ଦ ରିଅଲ୍ ହିରୋ’- ଫିଲ୍ମରେ ହିରୋ ଅରିନ୍ଦମଙ୍କ ପିଲାଦିନର ଭୂମିକା ନିଭାଇଥିଲେ। ଅନିକେତ ହିରୋ ଭାବେ ଓଲିଉଡରେ ଡେବ୍ୟୁ କରୁଥିବା ଫିଲ୍ମ ହେଲା ‘ଲଭ୍ ଇନ୍‌ କ୍ୟାପିଟାଲ୍’। ପି-ପ୍ରଭାକରଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ନବାଗତା ପ୍ରିୟଙ୍କା ପ୍ରିୟଦର୍ଶିନୀ ନାୟିକା ଭୂମିକାରେ ନଜର ଆସିବେ।

ସାଜନ୍:- ୨୦୧୯ରେ ଜିତୁ ରାଉତଙ୍କ ନିର୍ଦ୍ଦେଶିତ ଓଡ଼ିଆ ସିନେମା ‘ରାମନାମ୍ ସତ୍ୟ ହେ’ ରିଲିଜ୍ ହେବାର ସମ୍ଭାବନା ରହିଛି। ଏହି ସିନେମାରେ ଜଣେ ନୂଆ ନାୟକଙ୍କୁ ଦେଖିବାକୁ ମିଳିବ। ଏହି ନାୟକଙ୍କ ନାଆଁ ହେଲା ସାଜନ୍। ସାଜନ୍‌ ହେଉଛନ୍ତି ଓଲିଉଡର ଜଣାଶୁଣା ନିର୍ଦ୍ଦେଶକ ସଂଗ୍ରାମ ବିଶ୍ବାଳଙ୍କ ପୁତ୍ର।

ବରଦା ପ୍ରସନ୍ନ:- ଜଣାଶୁଣା ନିର୍ଦ୍ଦେଶକ ମନୋରଞ୍ଜନ ପାଲଙ୍କ ନୂଆ ଓଡ଼ିଆ ସିନେମା ‘ଡାର୍ଲିଂରେ ଜଣେ ନୂଆ ନାୟକ ଡେବ୍ୟୁ କରୁଛନ୍ତି। ଏହି ନାୟକଙ୍କ ନାଆଁ ହେଲା ବରଦା ପ୍ରସନ୍ନ ଜେନା। ଏଥିରେ ବରଦାଙ୍କ ବିପକ୍ଷରେ ନଜର ଆସିବେ ସୁଶ୍ରୀ।

ଅରୋଜିତ:- ଅକ୍ଷୟ କୁମାର ପରିଜାଙ୍କ ପ୍ରଯୋଜିତ ତଥା ପପୁ ପମ୍‌ପମ୍‌ଙ୍କ ନିର୍ଦ୍ଦେଶିତ ନୂଆ ଓଡ଼ିଆ ସିନେମା ‘ଚିରକୁଟ୍’ ୨୦୧୯ରେ ରିଲିଜ୍ ହେବ। ଏହାର ନାୟକ ହେଲେ ନବାଗତ ଅରୋଜିତ। ଏହା ଏକ ଟିନ୍ଏଜ୍ ଲଭ୍ ଷ୍ଟୋରି। ଏହି ସିନେମାରେ ନବାଗତା ଅନନ୍ୟାଙ୍କ ବିପକ୍ଷରେ ନଜର ଆସିବେ ଅରୋଜିତ।

ଶୁଭମ୍ ଗିରି:-

ସମ୍ପ୍ରତି ନିର୍ମାଣଧୀନ ରହିଛି ଏକ ଓଡ଼ିଆ ସିନେମା ଯାହାର ଟାଇଟଲ୍‌ ହେଲା ‘ତୁ ମୋ’ ଡ୍ରିମ୍ ଗାର୍ଲ’। ଏହି ସିନେମାରେ ଜଣେ ନୂଆ ନାୟକଙ୍କୁ ଦର୍ଶକ ଦେଖିବାକୁ ପାଇବେ, ଏହି ଫିଲ୍ମ ହିରୋଜଣକ ହେଲେ ନବାଗତା ଶୁଭମ୍ ଗିରି/ ଏହି ସିନେମାରେ ଶୁଭମଙ୍କ ସହ ଚାରି ଚାରି ଜଣ ନାୟିକା ନଜର ଆସିବେ ବୋଲି ଜଣାଯାଉଛି।

ତନ୍ମୟ:- ପ୍ରଯୋଜକ ଶ୍ରୀଧର ମାର୍ଥାଙ୍କ ନୂଆ ଓଡ଼ିଆ- ତେଲୁଗୁ ଦ୍ବିଭାଷୀ ସିନେମା। ପାଟନାଗଡ଼ରେ ଟେଲି ଆକ୍ଟର ତନ୍ମୟ ନାୟକ ଭାବେ ଡେବ୍ୟୁ କରୁଛନ୍ତି। ଏହି ସିନେମା ୨୦୧୯ରେ ରିଲିଜ୍ ହେବ ବୋଲି ଜଣାଯାଇଛି।

Comment