ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଭୀମକୁଣ୍ଡ। କେବଳ ରାଜ୍ୟ ନୁହେଁ ରାଜ୍ୟ ବାହାରୁ ମଧ୍ୟ ଅନେକ ପର୍ଯ୍ୟଟକ ଏଠାକୁ ବୁଲିବାକୁ ଆସନ୍ତି। ଚଳିତ ବର୍ଷ ଭୀମକୁଣ୍ଡଠାରେ ୧୫ତମ ଭୀମକୁଣ୍ଡ ମହୋତ୍ସବ ଅନୁଷ୍ଠିତ ହୋଇଛି। ପବିତ୍ର ମକରପର୍ବ ପରିପ୍ରେକ୍ଷୀରେ ଏହି ମହୋତ୍ସବକୁ ଆୟୋଜନ କରାଯାଇଥିଲା। କରଞ୍ଜିଆ ବିଧାୟକ ବିଜୟ କୁମାର ନାୟକ ଏହାକୁ ଉଦଘାଟନ କରିଥିବାବେଳେ ମୟୂରଭଞ୍ଜ ଉପଜିଲ୍ଲାପାଳ ଶରତ କୁମାର ପୁରୋହିତ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ।

ବୈତରଣୀ ନଦୀ କୂଳରେ ଅବସ୍ଥିତ ପର୍ଯ୍ୟଟନ ସ୍ଥଳୀ ଭୀମକୁଣ୍ଡ ପ୍ର।କୃତିକ ସୌନ୍ଦର୍ଯ୍ୟର ଗନ୍ତାଘର। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏଠାରେ ଭୀମକୁଣ୍ଡ ମହୋତ୍ସବ ଅନୁଷ୍ଠିତ ହୋଇଛି। ଏହି ଅବସରରେ ସ୍ଥାନୀୟ ବିଦ୍ୟାଳୟର ଛାତ୍ର ଛାତ୍ରୀ ଏବଂ ସ୍ଥାନୀୟ କଳାକାରମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମକୁ ବେଶ ଉପଭୋଗ କରିଥିଲେ ଲୋକେ। ବୈତରଣୀ ନଦୀର ଉଭୟପାର୍ଶ୍ଵରେ ଥିବା ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲାର ଲୋକେ ଏହି ଉତ୍ସବ ଦେଖିବାକୁ ଆସନ୍ତି।

ଆଗାମୀ ଦିନରେ ଏହି କ୍ଷେତ୍ରର ବୈତରଣୀ ନଦୀର ଉଭୟ ପାର୍ଶ୍ଵକୁ ଏକ ଝୁଲନ୍ତାପୋଲ ଦ୍ଵାରା ସଂଯୋଗ କରାଯାଇ ପର୍ଯ୍ୟଟକମାନଙ୍କୁ ଅଧିକ ଆକୃଷ୍ଠ କରିବାର ପ୍ରୟାସ କରାଯିବ ବୋଲି ବିଧାୟକ ବିଜୟ କୁମାର ନାୟକ କହିଥିଲେ।

ଚଳିତ ବର୍ଷ ଭୀମକୁଣ୍ଡ ମହୋତ୍ସବକୁ ଶିକ୍ଷାବିତ ଶରତକୁମାର ତ୍ରିପାଠୀ ପରିଚାଳନା କରିଥିଲେ। ଏହି ଉତ୍ସବରେ ସ୍ଥାନୀୟ ବ୍ଲକ ପ୍ରଶାସନ, ପୋଲିସ ପ୍ରଶାସନ, ବନବିଭାଗର ପ୍ରମୁଖ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ।

Comment