ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜିଠାରୁ ବିଶ୍ଵ ପ୍ରସିଦ୍ଧ କୁମ୍ଭମେଳା ଆରମ୍ଭ ହୋଇଛି। ୨ ମାସି ଧରି  ଚାଲିବ ଏହି ମେଳା।

ଆଜିଠାରୁ ଆରମ୍ଭ ହେଉଛି ଉତ୍ତରପ୍ରଦେଶର ପ୍ରୟାଗରାଜରେ ପ୍ରସିଦ୍ଧ କୁମ୍ଭମେଳା। ଲକ୍ଷ ଲକ୍ଷ ସାଧୁସନ୍ଥ ଆସି ଗଙ୍ଗା ନଦୀର ପବିତ୍ର ସଙ୍ଗମସ୍ଥଳରେ ବୁଡ଼ ପକାଇବେ। ଦୁଇମାସ ଧରି ଚାଲିବାକୁ ଥିବା ଏହି ମେଳାରେ ପ୍ରାୟ ୧୨ କୋଟି ଶ୍ରଦ୍ଧାଳୁ ସମାବେଶ କରିବେ। ମେଳାରେ ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ଦୃଷ୍ଟିରେ ପ୍ରଶାସନ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛି।

କୁମ୍ଭ ମେଳାକୁ ଆଖିଆଗରେ ରଖି ରେଳ ବିଭାଗ ପକ୍ଷରୁ ୫ଟି ସ୍ୱତନ୍ତ୍ର ଟ୍ରେନ୍‌ ଚଳାଚଳ ଆରମ୍ଭ ହୋଇଛି। ମେଳାକୁ ଆସୁଥିବା ପର୍ଯ୍ୟଟକମାନଙ୍କ ପାଇଁ ପ୍ରଶାସନ ପକ୍ଷରୁ ୧ ଲକ୍ଷ ୨୨ ହଜାର ଶୌଚାଳୟ ନିର୍ମାଣ କରାଯାଇଛି।

କୁମ୍ଭମେଳା ହେଉଛି ବିଶ୍ଵର ସବୁଠାରୁ ବଡ଼ ମେଳା ତେବେ ମେଳା ପୂର୍ବରୁ ପ୍ରସ୍ତୁତି ବେଳେ ସୋମବାର ମେଳାରେ ଗ୍ୟାସ ସିଲିଣ୍ଡର ବିସ୍ପୋରଣ ହୋଇ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ କେହି ଆହତ ହୋଇନଥିଲେ। ଏପରି ଦୁର୍ଘଟଣା ପରେ ପ୍ରଶାସନ ଆହୁରି ସଜାଗ ହୋଇଛି।

Comment