ଓଡ଼ିଶାଲାଇଭ୍ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ) ମକର ସଂଙ୍କ୍ରାନ୍ତିକୁ  ନେଇ ମୟୂରଭଞ୍ଜ ଉତ୍ସବମୁଖର ଅଛି। ଏଠାରେ ବାସ କରୁଥିବା ଭିନ୍ନ ଭିନ୍ନ ସମ୍ପ୍ରଦାୟର ଲୋକେ ସେମାନଙ୍କ ପରମ୍ପରା ଅନୁଯାୟି ନିଅ।ରା ଢଙ୍ଗରେ ଏହି ପର୍ବକୁ ପାଳନ କରିଥାନ୍ତି।  ଅ।ଦିବାସୀ ବହୁଳ ଏହି ଜିଲ୍ଲାରେ ପ୍ରାୟ ୨୫ ରୁ ଅଧିକ ସମ୍ପ୍ରଦାୟର ଅ।ଦିବାସୀଙ୍କ ସମେତ ୩ଗୋଟି ଅ।ଦିମ ଜନଜାତି ସମ୍ପ୍ରଦାୟର ଲୋକେ ବସବାସ କରିଥାନ୍ତି। ସେଥିପାଇଁ ଭିନ୍ନ ଭିନ୍ନ ସମ୍ପ୍ରଦାୟର ଲୋକେ ସେମାନଙ୍କ ପରମ୍ପରା ଅନୁସାରେ ଏହାକୁ ପାଳନ କରୁଛନ୍ତି।

ପ୍ରାୟ ସମସ୍ତ ସମ୍ପ୍ରଦାୟର ଲୋକେ ନିଜ ପରିବାର ସହିତ ଏହାକୁ ପାଳନ କରିବାକୁ ନିଜ ଗାଁକୁ ଅ।ସିବାକୁ ଭୁଲି ନଥାନ୍ତି। ପରିବାରର ସମସ୍ତ ଲୋକେ ନୂଅ। ଲୁଗା ପିନ୍ଧି ପିଠା ପଣା ଖାଇଥାନ୍ତି। ସେଥିପାଇଁ ମକର ହାଟରେ ମକରସଂଙ୍କ୍ରାନ୍ତି ଠାରୁ ବେଶ ଭିଡ଼ ଜମିଥାଏ।

କୁଡୁମୀ ସମ୍ପ୍ରଦାୟର ଲୋକେ ଏହି ଅବସରରେ ଟୁସୁ ଦେବୀଙ୍କୁ ପୂଜା କରିଥାନ୍ତି। ଜିଲ୍ଲାର ବିଭିନ୍ନ ଅଂଚଳରେ କୁଡୁମୀ ସମ୍ପ୍ରଦାୟର ଲୋକେ ଏହି ଟୁସୁ ପର୍ବକୁ ପାଳନ କରୁଥିଲେ ମଧ୍ୟ ରାଇରଂଗପୁର ଏବଂ କରଂଜିଅ। ଉପଖଣ୍ଡର ଲୋକେ ଏହାକୁ ବେଶ ଧୂମଧାମରେ ପାଳନ କରିଥାନ୍ତି। ହଜାର ହଜାର ଶ୍ରଦ୍ଧାଳୁ ମାନେ ବିଭିନ୍ନ ଅଂଚଳରୁ ଅ।ସି ଏହି ମେଳାରେ ଅଂଶଗ୍ରହଣ କରୁଛନ୍ତି।

କୃଷିଭିତ୍ତିକ ଜିଲ୍ଲାରେ ଲୋକେ କୃଷିକାର୍ଯ୍ୟ ଶେଷ କରି ଏହାକୁ ପାଳନ କରିଥାନ୍ତି। କୁକୁଡା ଲଢେଇ ,ଧନୂତୀର ପ୍ରତିଯୋଗିତା ସାଂଗକୁ ଫୁଟବଲଖେଳ ର ମଜ୍ଜା ନିଅ।ରା । ମୟୁରଭଞ୍ଜ ଜିଲ୍ଲାରେ। ପ୍ରାୟ ଏକ ସପ୍ତାହ ଧରି ନୂଅ।ଲୁଗା ପିନ୍ଧି ପିଠା ପଣା ସହିତ ମାଂସ ଖାଇବାରେ ମଜା ଉଠାଇଥାନ୍ତି ଲୋକେ।

Comment