ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

Lovely Lili
                    ଲଭଲି ଲିଲି

୨୦୧୯ରେ ମୁକ୍ତିଲାଭ କରିବାକୁ ଥିବା ଓଡ଼ିଆ ସିନେମାରେ ଦର୍ଶକ କେତେକ ନୂଆ କଳାକାରଙ୍କୁ ପ୍ରଥମ ଥର ପାଇଁ ଦେଖିବାକୁ ପାଇବେ। ଜାଣନ୍ତୁ ୨୦୧୯ରେ କେଉଁ ନାୟିକା ଓଲିଉଡରେ ଡେବ୍ୟୁ କରିବେ…

ଲଭଲି ଲିଲି

ଏହି ନାୟିକାଙ୍କ ପ୍ରକୃତ ନାମ ମନୋରମା, ମାତ୍ର ସ୍କ୍ରିନ୍ ଉପରେ ଦର୍ଶକ ତାଙ୍କୁ ଜାଣିବେ ଲଭଲି ଲିଲି ଭାବରେ। ଲଭଲି ଲିଲି ୨୦୧୯ରେ ରିଲିଜ୍ ହେବାକୁ ଥିବା ଫିଲ୍ମ ‘ପାଗଳ ମୁଁ ତୋ’ ପାଇଁ’ରେ ନାୟିକା ଭୂମିକାରେ ନଜର ଆସିବେ। ଏନ ପାଢ଼ୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ନାୟକ ଭାବେ ଅଙ୍କିତ କୁମାର ଡେବ୍ୟୁ କରୁଛନ୍ତି।

ରିୟାନ୍ ଶୁକ୍ଳା

ଏ ବର୍ଷ ମୁକ୍ତି ପ୍ରତୀକ୍ଷିତ ସିନେମା ‘ଏ ଦିଲ୍ ତତେ ଦେଲି’ରେ ବଲିଉଡରେ କାମ କରୁଥିବା ଓଡ଼ିଆ ନାୟିକା ରିୟାନ୍ ଶୁକ୍ଳାଙ୍କୁ ଦେଖିବାକୁ ପାଇବେ ଦର୍ଶକ।

ଶ୍ରେୟା

ନୂଆ ଓଡ଼ିଆ ସିନେମା ‘ତୁ ମୋ ସୁନା ଚଢ଼େଇ’ରେ ବଙ୍ଗୀୟ ନାୟିକା ଏଲ୍‌ସାଙ୍କ ବ୍ୟତୀତ ଆଉ ଜଣେ ନବାଗତାଙ୍କୁ ଦେଖିବାକୁ ମିଳିବ। ସେ ହେଲେ ଶ୍ରେୟା ରୟ। ସେ ଜ୍ୟୋତିଙ୍କ ବିପକ୍ଷରେ ନଜର ଆସିବେ।

ସୟାଲି ଓ ମହିମା

ସୟାଲି ଓ ମହିମା ନାଆଁରେ ଦୁଇ ଜଣ ଫ୍ରେସ୍ ହିରୋଇନ୍ ୨୦୧୯ରେ ରିଲିଜ୍ ହେବାକୁ ଥିବା ଫିଲ୍ମ ‘ଚାଲ ଟିକେ ଦୁଷ୍ଟ ହେବା’ରେ ଡେବ୍ୟୁ କରୁଛନ୍ତି। ଏହି ଟିନ୍ଏଜ୍ ଲଭଷ୍ଟୋରିର ନାୟକ ଭୂମିକାରେ ବି ଅଛନ୍ତି ଜଣେ ନବାଗତ ରିସାନ୍।

ପ୍ରିୟଙ୍କା ପ୍ରିୟଦର୍ଶିନୀ

Odia Actress priyanka priyadarshini
                        ପ୍ରିୟଙ୍କା ପ୍ରିୟଦର୍ଶିନୀ

 

ମୁକ୍ତି ପ୍ରତୀକ୍ଷିତ ଦୁଇ ଦୁଇଟି ଓଡ଼ିଆ ସିନେମାରେ ଦର୍ଶକ ନବାଗତା ପ୍ରିୟଙ୍କା ପ୍ରିୟଦର୍ଶିନୀଙ୍କୁ ନାୟିକା ଭୂମିକାରେ ଦେଖିବାକୁ ପାଇବେ। ଏଥିମଧ୍ୟରୁ ଗୋଟିଏ ହେଲା ‘ଲଭ୍ ଇନ୍ କ୍ୟାପିଟାଲ୍’। ଏଥିରେ ନବାଗତ ଅନିକେତଙ୍କ ସହ ନଜର ଆସିବେ ପ୍ରିୟଙ୍କା। ଅପରପକ୍ଷରେ ‘ତୁ ମୋ ଡ୍ରିମ୍ ଗାର୍ଲ’ରେ ସେ ନୂଆ ନାୟକ ଶୁଭମ୍ ଗିରିଙ୍କ ବିପକ୍ଷରେ ଦେଖା ଦେବେ।

ଚନ୍ଦ୍ରାଣୀ

Chabirani actress Chandrani
                                ଚନ୍ଦ୍ରାଣୀ

୨୦୧୯ରେ ରିଲିଜ୍ ହେବ ଏକ ସତ୍ୟ ଘଟଣା ଆଧାରିତ ସିନେମା  ‘ଛବିରାଣୀ’- ଦ ଅନ୍‌ଟୋଲ୍‌ଡ ଷ୍ଟୋରି’। ଏହି ଫିଲ୍ମରେ ଦର୍ଶକ ଜଣେ ନବାଗତା ଚନ୍ଦ୍ରାଣୀଙ୍କୁ ଦେଖିବାକୁ ପାଇବେ। ଏହି ବଙ୍ଗୀୟ ସୁନ୍ଦରୀ ନାୟକ ଅମନଙ୍କ ବିପକ୍ଷରେ ନଜର ଆସିବେ।

ଅନନ୍ୟା

ଅକ୍ଷୟ କୁମାର ପରିଜାଙ୍କ ପ୍ରଯୋଜିତ ତଥା କମେଡିଆନ୍ ପପୁ ପମ୍‌ପମ୍‌ଙ୍କ ନିର୍ଦ୍ଦେଶିତ ନୂଆ ଓଡ଼ିଆ ସିନେମା ‘ଚିରକୁଟ୍‌’ ୨୦୧୯ରେ ରିଲିଜ୍ ହେବ। ଏଥିରେ ଜଣେ ନବାଗତାଙ୍କୁ ବ୍ରେକ୍ ଦିଆଯାଇଛି। ଏହି ନବାଗତାଙ୍କ ନାଆଁ ହେଲା ଅନନ୍ୟା। ସେ ଜଣେ ଟିନ୍ଏଜ୍‌ର। ଏଥିରେ ନବାଗତ ଅରୋଜିତ୍‌ଙ୍କ ବିପକ୍ଷରେ ନଜର ଆସିବେ ଅନନ୍ୟା।

ରତଶ୍ରୀ

୨୦୧୯ରେ ‘ବାଜି ବାଜି ବାବାଜୀ’ ଟାଇଟଲ୍ରେ ଏକ ଓଡ଼ିଆ ସିନେମା ରିଲିଜ୍ ହେବାର ସମ୍ଭାବନା ରହିଛି। ଏହି ଫିଲ୍ମର ନାୟିକା ହେଲେ ନବାଗତା ରତଶ୍ରୀ। ସେ ରକ୍ ପାତ୍ରଙ୍କ ସହ ଫିଲ୍ମରେ ଦେଖାଦେବେ।

କଳ୍ପନା

‘ତୁ ମୋ’ ଡ୍ରିମ୍ ଗାର୍ଲ’ରେ କଳ୍ପନା ନାମ୍ନୀ ଜଣେ ଯୁବତୀଙ୍କୁ ନାୟିକା ଭୂମିକାରେ ଦେଖିବାକୁ ପାଇବେ ସିନେପ୍ରେମୀ।

Comment