ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟସରକାର ଆରମ୍ଭ କରିଛନ୍ତି ଏକ ନୂଆ ଯୋଜନା। ଯାହାର ନାଁ ରହିଛି ‘ସୁନେତ୍ର’ ଯୋଜନା। ଏହି ଯୋଜନା ମାଧ୍ୟମରେ ରାଜ୍ୟର ସମସ୍ତ ଲୋକ ଉପକୃତ ହୋଇପାରିବେ। ଏହି ଯୋଜନା ମାଧ୍ୟମରେ ରାଜ୍ୟସରକାର ରାଜ୍ୟର ସମସ୍ତ ଛାତ୍ରଛାତ୍ରୀଙ୍କୁ ଚକ୍ଷୁ ପରୀକ୍ଷା ମାଗଣାରେ କରାଇବେ। ଯେଉଁ ମାନଙ୍କର ଚଷମା ଆବଶ୍ୟକ ସେମାନଙ୍କୁ ଚଷମା ସରକାରଙ୍କ ତରଫରୁ ଯୋଗାଇ ଦିଆଯିବ।

କେବଳ ଛାତ୍ରଛାତ୍ରୀ ନୁହଁ ବୟସ୍କ ଲୋକ ମଧ୍ୟ ଏହି ଯୋଜନା ମାଧ୍ୟରେ ଚକ୍ଷୁ ପରୀକ୍ଷା ଓ ଆବଶ୍ୟକ ପଡିଲେ ମୋତିଆବିନ୍ଦୁ ଆସ୍ତ୍ରୋପଚାର କରାଇପାରିବେ। ଲୋକମାନେ ସୁନେତ୍ର ଯୋଜନାର ସୁବିଧା ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥକେନ୍ଦ୍ର, ଉପଖଣ୍ଡସ୍ତରୀୟ ଡାକ୍ତରଖାନା,ଜିଲ୍ଲା ଡାକ୍ତରଖାନା, ମେଡ଼ିକାଲ ମାନଙ୍କରେ ପାଇପାରିବେ।

Comment