ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦେଶର ସବୁଠାରୁ ବଡ଼ ଟେଲିକମ କମ୍ପାନି ଭାବେ ପରିଚିତ ଥିବା ଭୋଡାଫୋନ-ଆଇଡିଆ ନିଜର ଗ୍ରାହକମାନଙ୍କ ଲାଗି ନୂଆ ପ୍ରିପେଡ୍ ପ୍ଲାନ ଲଞ୍ଚ୍ କରିଛି। ଏହି ପ୍ଲାନ ମୁତାବକ, ବ୍ୟବହାରକାରୀଙ୍କୁ ମାତ୍ର ଥରେ ରିଚାର୍ଜ କଲେ ୩୬୫ ଦିନ ପର୍ଯ୍ୟନ୍ତ ଆଉ ରିଚାର୍ଜ କରିବାକୁ ପଡ଼ିବ ନାହିଁ।

ଏହି ପ୍ଲାନର ମୁକାବଲା ରିଲାଏନ୍ସ ଜିଓର ୧,୬୯୯ ଟଙ୍କିଆ ବାର୍ଷିକ ପ୍ରିପେଡ୍ ପ୍ଲାନ ସହ ହେବ। ଭୋଡାଫୋନ-ଆଇଡିଆର ଏହି ପ୍ଲାନର ଦର ରହିଛି ମାତ୍ର ୧,୪୯୯ ଟଙ୍କା।

ଗ୍ରାହକ ଥରେ ୧,୪୯୯ ଟଙ୍କାର ରିଚାର୍ଜ କଲେ ବର୍ଷକ ପର୍ଯ୍ୟନ୍ତ ଅସୀମିତ ଭଏସ କଲିଂ, ମାଗଣା ମେସେଜ୍‌ ଓ ଡାଟାର ସୁବିଧା ଉଠାଇ ପାରିବେ। ଦିନକୁ ୧ ଜିବି ଡାଟା ସହ ୧୦୦ ଏସ୍ଏମ୍ଏସ୍ ସୁବିଧା ଏହି ପ୍ଲାନରେ ରହିଛି। ଭୋଡାଫୋନ-ଆଇଡିଆର ଏହି ପ୍ଲାନ ରିଲାଏନ୍ସ ଜିଓର ବାର୍ଷିକ ପ୍ଲାନଠାରୁ ୨୦୦ ଟଙ୍କା ଶସ୍ତା।

ଜିଓର ବଜାର ପ୍ରବେଶ ପରେ ଅନ୍ୟ ସମସ୍ତ ଟେଲିକମ୍ କମ୍ପାନି ପ୍ରାୟ ମାନ୍ଦା ପଡ଼ି ଯାଇଥିବା ବେଳେ ଭୋଡାଫୋନ-ଆଇଡିଆର ଏହି ପ୍ଲାନ କେତେ ଫଳପ୍ରଦ ହେଉଛି ତାହା ଦେଖିବା ବାକି ରହିଲା।

Comment