ଓଡ଼ିଶାଲାଇଭ୍‌ ବ୍ୟୁରୋ

ବରଗଡ଼ ଧନୁଯାତ୍ରାର ମଙ୍ଗଳବାର ଥିଲା ପଞ୍ଚମ ଦିନ। କୃଷ୍ଣଙ୍କୁ ନିହତ କରିବା ପାଇଁ କଂସ ମହାରାଜା ପଠାଇଥିବା ରାକ୍ଷସମାନଙ୍କୁ କୃଷ୍ଣ, ବଳାରାମ ନିହତ କରିବା ପରେ କଂସ ମହାରାଜା ଚିନ୍ତାରେ ପଡ଼ି ଯାଇଛନ୍ତି।

କୃଷ୍ଣଙ୍କୁ ରାସ୍ତାରୁ ହଟାଇବା ପାଇଁ କଂସ ମହାରାଜା ରାଜଦରବାରରେ ପାରିଷଦବର୍ଗମାନଙ୍କ ସହ ଆଲୋଚନା କରିଛନ୍ତି।

କଂସ ମହାରାଜା ମଙ୍ଗଳବାର ମଧ୍ୟାହ୍ନରେ ନଗରପରିକ୍ରମା ସାରି ରଙ୍ଗମହଲରେ ପହଞ୍ଚିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିବା ପରେ ରାଜଦରବାରକୁ ଯାଇଥିଲେ କଂସ। ରାଜଦରବାରକୁ ଆସିଥିବା ଅତିଥିମାନଙ୍କୁ ଭେଟିବା ପରେ କଂସ ମହାରାଜା ପାରିଷଦବର୍ଗଙ୍କ ସହ ଆଲୋଚନା କରିଥିଲେ।

ଗୋପପୁରରୁ ଗୋପିଶ୍ରେଷ୍ଠଙ୍କ ସହ ଗୋପିମାନେ ମଥୁରାରେ ଦହି ବିକ୍ରି କରିଥିଲେ।

ଏପଟେ ଗୋପପୁରରେ କୃଷ୍ଣଙ୍କ ଲୀଳାଖେଳାରେ ପରିବେଶ ଉତ୍ସବମୁଖର ହୋଇ ଉଠିଛି। ଗୋପପୁରରେ ଆଜି ଯମଳାର୍ଜୁନ ଭଞ୍ଜନ, କାଳିଆ ଦଳନ, କୃଷ୍ଣଙ୍କ ବିଶ୍ୱରୂପ ଦର୍ଶନ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Comment