ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜାନୁଆରୀ ୨୫ ସୁଦ୍ଧା ହିତାଧିକାରୀଙ୍କୁ ମିଳିବ ଆର୍ଥିକ ସହାୟତା।

‘କାଳିଆ’ ଯୋଜନାରୁ ସୁବିଧା ନେବା ପାଇଁ ପ୍ରଥମ ପର୍ଯ୍ୟାୟ ଆବେଦନ ଶେଷ ହୋଇଛି। ଏଥିରେ ୬୦ ଲକ୍ଷ ହିତାଧିକାରୀ ଆବେଦନ କରିଥିବା ରାଜ୍ୟ ସମବାୟ ବିଭାଗ ସଚିବ କ୍ରିଷନ କୁମାର କହିଛନ୍ତି।

“ବ୍ଲକ ସ୍ତରରେ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି। ଜାନୁଆରୀ ୨୨ ସୁଦ୍ଧା ହିତାଧିକାରୀମାନଙ୍କର ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ। ଜାନୁଆରୀ ୨୫ ତାରିଖ ସୁଦ୍ଧା ହିତାଧିକାରୀମାନଙ୍କୁ ଏହି ଯୋଜନା ମାଧ୍ୟମରେ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ପ୍ରଥମ ଦଫାରେ ୧୨ରୁ ୧୪ ଲକ୍ଷ ହିତାଧିକାରୀଙ୍କୁ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ଏହି ସହାୟତା ମିଳିବ”, କହିଛନ୍ତି କ୍ରିଷନ କୁମାର।

ଚାଷର ଉନ୍ନତି ଏବଂ ଚାଷୀମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ‘କାଳିଆ’ ଯୋଜନା ଶୁଭାରମ୍ଭ କରିଥିଲେ।

Comment