ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାଲକାନଗିରି ଜିଲ୍ଲାରେ ବଜ୍ରକାପ୍ତା ଉଦ୍ଧାର। ଚୋରାଚାଲାଣ ବେଳେ ବନବିଭାଗ ଦ୍ୱାରା ବଜ୍ରକାପ୍ତା ଉଦ୍ଧାର କରାଯାଇଛି। ଏ ନେଇ ବନବିଭାଗ ୮ଜଣଙ୍କୁ ଅଟକ ରଖି ପଚରା ଉଚରା ଆରମ୍ଭ କରିଛି।

ପୋଟେରୁ ଥାନା ଚିତ୍ରାଙ୍ଗାପାଲି ଗାଁରୁ ବଜ୍ରକାପ୍ତା ଉଦ୍ଧାର କରାଯାଇଛି। ଉଦ୍ଧାର ବଜ୍ରକାପ୍ତାର ଓଜନ ୬କିଲୋଗ୍ରାମ। ଗତମାସରେ ବନିବିଭାଗ ଏକ ବ୍ରଜକାପ୍ତାକୁ ଉଦ୍ଧାର କରିବା ସହ ୭ଜଣଙ୍କୁ ଗିରଫ କରିଥିଲା।

ବନବିଭାଗ ବଜ୍ରକାପ୍ତାଙ୍କ ସୁରକ୍ଷାକୁ ନେଇ ଉଚିତ ପଦକ୍ଷେପ ନେଉନଥିବାରୁ ଏଭଳି ଘଟଣା ବାରମ୍ବାର ହେଉଛି ବୋଲି ଗାଁଲୋକେ ଅଭିଯୋଗ କରିଛନ୍ତି।

Comment