ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ନେହା କକ୍କଡ ବଲିଉଡରେ ନିଜ କଣ୍ଠ ପାଇଁ ଅନେକ ଲୋକପ୍ରିୟତା ହାସଲ କରିସାରିଲେଣି। ବ୍ୟାକ୍ ଟୁ ବ୍ୟାକ୍‌ ନେହାଙ୍କ ପାଖରେ କାମ। ତେବେ ନେହା ସୋସିଆଲ ମିଡିଆ ରେ ବି ଅନେକ ଆକ୍ଟିଭ ଥାଆନ୍ତି ସବୁବେଳେ।

ଇନଷ୍ଟାଗ୍ରାମରେ ନେହାଙ୍କର ୧୮ମିଲିୟନ ଫଲୋୟର୍ସ ଅଛନ୍ତି। ନିକଟରେ ନେହା ଗାଇଥିବା ଗୀତ ଆଖଁ ମାରେ ଏବେ ଟ୍ରେଣ୍ଡ କରୁଛି। ଏହା ପରେ ନେହା ନିଜର ଏହି ଲୋକପ୍ରିୟ ଗୀତରେ ଏକ ଟିକ୍‌ଟିକ୍‌ ଭିଡ଼ିଓ ବନାଇଛନ୍ତି। ଯାହାକୁ ନେହା ନିଜ ଇନଷ୍ଟାଗ୍ରାମ ପେଜ୍‌ରେ ପୋଷ୍ଟ କରିଛନ୍ତି।

ନେହାଙ୍କ ଏହି ପୋଷ୍ଟକୁ ବର୍ତ୍ତମାନ ସୁଦ୍ଧା ୩୩ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି। ନେହାଙ୍କ ସହିତ ଏହି ଭିଡ଼ିଓରେ ଏକ ଛୋଟ ପିଲାବି ନଜର ଆସିଛି, ଯେ ନେହାଙ୍କ ସହ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି।

Comment