ଓଡ଼ିଶାଲାଇଭ୍‌ ବ୍ୟୁରୋ

ରେଙ୍ଗାଲୀ ଡ୍ୟାମ୍‌ରେ ଏକ କଲରାପତରିଆ ବାଘର ମୃତଦେହ ଉଦ୍ଧାର କରାଯାଇଛି। ପାଲଲହଡ଼ାରେ ଥିବା ରେଙ୍ଗାଲୀ ଡ୍ୟାମରେ ଆଜି ବାଘର ମୃତ ଦେହକୁ ଉଦ୍ଧାର କରାଯାଇଛି।

ଭାସୁଥିବା ଅବସ୍ଥାରେ ବାଘର ମୃତଦେହକୁ ଉଦ୍ଧାର କରାଯାଇଛି। ରେଙ୍ଗାଲୀ ଜଳଭଣ୍ଡାର ନିକଟସ୍ଥ ମାଙ୍କଡଚୁଆ ଗାଁ ନିକଟରୁ କଲରାପତରିଆ ବାଘର ମୃତଦେହକୁ ଉଦ୍ଧାର କରାଯାଇଛି। ତେବେ ବାଘ ମୃତ୍ୟୁର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। ଗାଁ ଲୋକେ ଅନୁମାନ କରୁଛନ୍ତି କି ଶିକାରୀ ହିଁ ବାଘକୁ ଶିକାର କରିଛି। ଏହା ସହିତ ଗାଁ ଲୋକେ ବନ ବିଭାଗକୁ ଖବର ବି ଦେଇଛନ୍ତି।

Comment