ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ)ର ଏକ ହେଲ୍ପଲାଇନକୁ ଫୋନ କରିବା ଜଣେ ବ୍ୟକ୍ତିଙ୍କୁ ମହଙ୍ଗା ପଡ଼ିଛି। ତାଙ୍କୁ ୪୮,୦୦୦ ଟଙ୍କା ହରାଇବାକୁ ପଡ଼ିଛି। ସେହିବ୍ୟକ୍ତି ମଲାଡ ଅଞ୍ଚଳର ଏବଂ ତାଙ୍କ ନାମ ବିଜୟ କୁମାର ମାରୱା। ଘଟଣା କିଛି ଏମିତି ଥିଲା। ମାରୱାଙ୍କୁ ନିଜର ଘର ସଫା କରିବା ସମୟରେ ୭୦୦୦ ଟଙ୍କାର ପୁରୁଣା ଟଙ୍କା ମିଳିଲା। ସେ ଏହା ଜାଣିବାକୁ ଚାହୁଁଥିଲେ ଯେ ଏହି ଟଙ୍କା ବଦଳାଇ ଯାଇ ପାରିବ ନା ନାହିଁ।

ଏଥିପାଇଁ ମାରୱା ନିଜ ମୋବାଇଲରେ ଆରବିଆଇ ହେଲ୍ପଲାଇନ ନମ୍ବର ବାହାର କରିଥିଲେ। ହେଲେ ଏହି ନମ୍ବର ଥିଲା ଫେକ୍। ମାରଓ୍ବା ଯେଉଁ ନମ୍ବରରେ ଫୋନ କରିଥିଲେ ଅପରପଟେ ଜଣେ ବ୍ୟକ୍ତି ଫୋନ ଉଠାଇ ମାରୱାଙ୍କୁ ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା କରିବା କହି ତାଙ୍କୁ ବ୍ୟାଙ୍କର ସମ୍ପୂର୍ଣ୍ଣ ବିବରଣୀ ମାଗିଲା। ଠକ ତାଙ୍କ କ୍ରେଡିଟ କାର୍ଡର ଡିଟେଲ୍ସ ମାଗିଥିଲା। ଯେଉଁଥିରେ ୱାନ୍ ଟାଇମ୍ ପାସୱାର୍ଡ (ଓଟିପି) ମଧ୍ୟ ସାମିଲ ଥିଲା।

କିଛି ମିନିଟ ମଧ୍ୟରେ ମାରୱାଙ୍କ ଆକାଉଣ୍ଟରୁ ୪୮,୦୦୦ ଟଙ୍କା ଗାଏବ ହୋଇଗଲା। ଏ ସମ୍ପର୍କରେ ମାରୱା ମଲାଡ ପୋଲିସ ଷ୍ଟେସନରେ ଅଭିଯୋଗ କଲେ। ବିଶେଷଜ୍ଞଙ୍କ କହିବା ଅନୁସାରେ ଠକମାନେ ବିତ୍ତୀୟ ସଂଗଠନ ଭିତରେ ପ୍ରବେଶ କରି ନିଜ ନମ୍ବରକୁ ଅନଲାଇନରେ ସାମିଲ କରିଛନ୍ତି।

ମହାରାଷ୍ଟ୍ରର ସାଇବର ଅଧୀକ୍ଷକ କାଲସିଂଗ କହିଛନ୍ତି, “ସାଇବର ଅପରାଧୀମାନେ ନିକଟରେ ଏହି ନୂଆ ଟେକନିକକୁ ଆପଣେଇଛନ୍ତି। ସର୍ଚ୍ଚ ଇଞ୍ଜିନରେ କେବଳ ଏହାର ସତ୍ୟତା ଜଣାପଡ଼ିବ କି ନମ୍ବର ଠିକ ନା ଭୁଲ। ଲୋକଙ୍କୁ ମଧ୍ୟ ସାବଧାନରେ ରହିବାକୁ ହେବ ଏବଂ କେବଳ ଅଫିସିଆଲ ୱେବସାଇଟରେ ଦିଆଯାଇଥିବା ନମ୍ବରକୁ ଫୋନ କରିବା ଆବଶ୍ୟକ। ଆମେ ପୂରା ରାଜ୍ୟରେ ଆଣ୍ଟି-ଫିସିଙ୍ଗ ସେଲ ଗଠନ ପାଇଁ ଯୋଜନା ପ୍ରସ୍ତୁତ କରୁଛୁ।”

Comment