ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଟିଇଟି ପ୍ରଶ୍ନପତ୍ର ଲିକ୍‌! ସୋସିଆଲ ମିଡିଆରେ ଘୂରି ବୁଲୁଛି ପ୍ରଶ୍ନପତ୍ର। ଛାନ୍‌ଭିନ୍‌ କରୁଛନ୍ତି ବୋର୍ଡ ଅଧିକାରୀ।

ପରୀକ୍ଷା ପୂର୍ବରୁ ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ଅଭିଯୋଗ। ଓଡ଼ିଶା ଟିଚରସ୍‌ ଏଲିଜିବିଲିଟି ଟେଷ୍ଟ(ଓଟିଇଟି) ଆଜି ବିଭିନ୍ନ ସେଣ୍ଟରେ ହେଉଛି। ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଲିକ୍‌ ନେଇ ଖବର ଆସିଛି। ଏହା ସହିତ ସୋସିଆଲ ମିଡ଼ିଆରେ ଓଟିଇଟି ପ୍ରଶ୍ନପତ୍ର ବଲୁଥିବା ମଧ୍ୟ ଖବର ଆସୁଛି।

ରାଜ୍ୟର ବିଭିନ୍ନ ସ୍ଥାନରୁ ଆସୁଛି ପ୍ରଶ୍ନପତ୍ର ଭାଇରାଲର ଖବର। କଟକ, ପୁରୀ,ଭଦ୍ରକ,ବାଲେଶ୍ୱର ଓ ଖୋର୍ଦ୍ଧାରୁ ପ୍ରଶ୍ନପତ୍ର ଲିକ୍‌ର ଅଭିଯୋଗ ଆସିଛି। ପ୍ରଶ୍ନପତ୍ର ସହ ଉତ୍ତର ମଧ୍ୟ ଭାଇରାଲ ହୋଇଥିବା ଅଭିଯୋଗ ହୋଇଛି। ଏହା ସହିତ ପ୍ରଶ୍ନପତ୍ର ଲିକ୍‌ ନେଇ କିଛି ସ୍ପଷ୍ଟ ହୋଇନାହିଁ। ୨ସିଟିଂରେ ପରୀକ୍ଷା ଅନୁଷ୍ଠିତ ହେଉଛି। ପାଖାପାଖି ୧ଲକ୍ଷ ୧୭ହଜାର ଛାତ୍ରଛାତ୍ରୀ ଓଟିଇଟି ପରୀକ୍ଷା ଦେଉଛନ୍ତି।

ତେବେ ଭାଇରାଲ ପ୍ରଶ୍ନପତ୍ର ସଠିକ୍‌‌ କି ଭୂଲ୍‌ ତାହା ଜଣାପଡ଼ିନାହିଁ। ଏ ନେଇ ବିଏସଇ ଅଧ୍ୟକ୍ଷାଙ୍କ ପ୍ରତିକ୍ରିୟା ଆସିଛି। ସେ କହିଛନ୍ତି,”ଘଟଣା ସମ୍ପର୍କରେ ସୂଚନା ପାଇଛୁ। ପ୍ରଶ୍ନପତ୍ର ଭାଇରାଲ ହୋଇଛି କି ନାହିଁ ତାହା ଅନୁସନ୍ଧାନ ଚାଲିଛି।”

Comment