ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ପର୍ଯ୍ୟଟନ ବିଭାଗ ଦ୍ୱାରା ଆୟୋଜିତ ମୁକ୍ତେଶ୍ୱର ଉତ୍ସବରେ ଦ୍ୱିତୀୟ ସଂଧ୍ୟାରେ ଭରପୁର ଦର୍ଶକ ଓଡ଼ିଶୀ ନୃତ୍ୟକୁ ଉପଭୋଗ କରିଥିଲେ। ସଂଧ୍ୟାର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଶିବ ବନ୍ଦନାରୁ ଯାହାକୁ ପରିବେଶଣ କରିଥିଲେ ଋପକ ପରିଡ଼ା ଓ ସାଥୀ।

ଯୁଗ୍ମ ନୃତ୍ୟ ପର୍ଯ୍ୟାୟରେ ନୂଆଦିଲ୍ଲୀର ଲିପ୍ସା ଶତପଥୀ ଓ ୱାଇ ଆଶା କୁମାରୀ ପ୍ରଥମେ ପରିବେଶଣ କରିଥିଲେ ପଲ୍ଲବୀ ଯାହା ରାଗ ଦେବଗାନ୍ଧାରୀ ଓ ତାଳ ଯତି ଉପରେ ନିବଦ୍ଧ ଥିଲା।

ତେବେ ସଂଧ୍ୟାର ଶେଷ କାର୍ଯ୍ୟକ୍ରମ ଥିଲା ସୁତପା ତାଲୁକଦାର ଓ ସାଥୀଙ୍କ ଦ୍ୱାରା ପ୍ରଥମେ ଗଜାନନ ବନ୍ଦନା ଓ ପରେ ପଲ୍ଲବୀ। ସେମାନଙ୍କର ପରବର୍ତ୍ତୀ ପ୍ରସ୍ତୁତିଟି ଥିଲା ଦୁଇଗୋଟି ନୃତ୍ୟାଭିନିୟ ନାରୀ ଓ ବସନ୍ତ ଯାହାର ନୃତ୍ୟ ସଂରଚନା କରିଥିଲେ ନିଜେ ସୁତପା ତାଲୁକଦାର

Comment