ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟର ସବୁ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ଧିରେ ଧିରେ ବଢୁଛି। ରାଜ୍ୟର ଗୋଟିଏ ଦୁଇଟି ସ୍ଥାନକୁ ଛାଡ଼ିଦେଲେ ଅନ୍ୟାନ୍ୟ ସ୍ଥାନରେ ତାପମାତ୍ରା ୧୧ଡିଗ୍ରୀ ଉପରେ ରହିଛି। ଏହା ସହିତ ଆଗାମୀ ଦିନରେ ରାଜ୍ୟରେ ଶୀତ ପ୍ରଭାବ କମିପାରେ।

ଗତ କିଛିଦିନ ଧରି ସାରା ରାଜ୍ୟରେ ଜାଡ଼ରେ ଥରୁଥିଲା ପୁରା ରାଜ୍ୟ । ଅଧିକାଂଶ ସ୍ଥାନରେ ପାରଦ ୫ଡିଗ୍ରୀ ତଳେ ରେକର୍ଡ କରାଯାଇଥିଲା। ବିଶେଷ କରି ଫୁଲବାଣୀ ଓ କନ୍ଧମାଳରେ ତାପମାତ୍ରା ଅଧିକ କମ୍‌ ଥିଲା।

ଆସନ୍ତା ୨୪ଘଣ୍ଟା ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡ଼ି ଦେଖାଦେବ। ଏହା ସହିତ ଆଗାମୀ ୨ଦିନ ମଧ୍ୟରେ ଅଧିକାଂଶ ସ୍ଥାନରେ ଶୀତ କମିବ। ଏହାସହିତା ରାତିର ତାପମାତ୍ର ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ କମିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଜଣାପଡ଼ିଛି।

Comment