ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇସ୍ତଫା ଦେଇଥିବା ଖବର ବୁଧବାର ଦ ୱାସିଂଟନ୍‌ ପୋଷ୍ଟ ନ୍ୟୁଜ୍‌ ପେପର୍‌ରେ ଛପିଥିଲା। ଏହି ଖବର ପ୍ରସାରଣ ହେବା ପରେ ଟ୍ରମ୍ପଙ୍କ ସମର୍ଥକଙ୍କ ମଧ୍ୟରେ ଆମେରିକାରେ ଝଡ଼ ସୃଷ୍ଟି ହୋଇଯାଇଛି। ଏହି ଖବରଟି ଦ ୱାସିଂଟନ୍‌ ନ୍ୟୁଜ୍‌ ପେପର୍‌ର ପ୍ରଥମ ପୃଷ୍ଠାରେ ପ୍ରସାରଣ ହୋଇଥିଲା। ଛପାଯାଇଥିବା ଖବର ଅନୁସାରେ, ସଙ୍କଟକୁ ଶେଷ କରି ଟ୍ରମ୍ପ ହ୍ୱାଇଟ ହାଉସ୍‌ ଛାଡ଼ିଛନ୍ତି।

ଏହି ନ୍ୟୁଜ୍‌ର ହେଡ୍‌ଲାଇନ୍‌ ଥିଲା ଟ୍ରମ୍ପ ଯୁଗର ସମାପ୍ତରେ ସାରା ଯୁଗ ଉତ୍ସବମୁଖର ହୋଇଛି। ଏହି ଖବରଟି ଛଅ ସ୍ତମ୍ବ ବିଶିଷ୍ଟ। ଏହି ନ୍ୟୁଜ୍‌ ଆସିବା ପରେ ଏହା ଲୋକଙ୍କୁ  ଆଶ୍ଚର୍ଯ୍ୟ କରିଦେଇଥିଲା। କିନ୍ତୁ ଖବରର ତାରିଖ ପଡ଼ିଥିଲା ୧ ମେ ୨୦୧୯। ବୁଧବାର ଏହା ମୁଖ୍ୟ ଖବର ସହ ଥିଲା। ଯେଉଁଥିରେ ଟ୍ରମ୍ପଙ୍କର ଏକ ବିଚଳିତ ଫଟୋ ମଧ୍ୟ ଦିଆଯାଇଥିଲା।

ହ୍ୱାଇଟ୍‌ ହାଉସ୍‌ର ଆଖପାଖ ଲୋକ ବେଶୀ ଆଚମ୍ବିତ ହୋଇପଡ଼ିଥିଲେ। ତେବେ ତୁରନ୍ତ ‘ଦ ୱାସିଂଟନ୍‌ ପୋଷ୍ଟ’ ସ୍ପଷ୍ଟ କଲା ଯେ ଏହା ଏକ ନକଲି ସଂସ୍କରଣ। ସେଥିରେ ସେମାନଙ୍କର କୌଣସି କାରବାର ନାହିଁ।

ସୂଚନା ଅନୁଯାୟୀ ଜାଲ୍‌ ଖବର ଛାପିଥିବା ଲୋକଟି ହେଲେ ଲିଜା ଚଙ୍ଗ୍‌। ସେ ଲେଖିଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏପ୍ରିଲ ୩୦, ୨୦୧୯ ଦିନ ହ୍ୱାଇଟ୍‌ ହାଉସ୍‌ ଛାଡ଼ୁଛନ୍ତି।

Comment