ଓଡ଼ିଶାଲାଇଭ୍‌ ବ୍ୟୁରୋ

”୨୦୧୯ ନିର୍ବାଚନ ଓଡ଼ିଶା ପୋଲିସ ପାଇଁ ବଡ ଚ୍ୟାଲେଞ୍ଜ ଏହି ଚ୍ୟାଲେଞ୍ଜକୁ ନେଇ ଓଡ଼ିଶା ପୋଲିସର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।”

ଆଜିଠାରୁ ଆରମ୍ଭ ହୋଇଛି ତିନିଦିନିଆ ଆଇପିଏସ୍‌ ସମ୍ମିଳନୀ। ଏହା ଆସନ୍ତା ୧୯ତାରିଖ ଯାଏଁ ଚାଲିବ। ଏହି ତିନିଦିନିଆ ଆଇପିଏସ ସମ୍ମିଳନୀରେ ବିଭିନ୍ନ ଜିଲ୍ଲାର ବରିଷ୍ଠ ପୋଲିସ ଅଧିକାରୀ, ଭିଜିଲାନ୍ସ ଓ ଅଗ୍ନିଶନ ବିଭାଗର କର୍ମଚାରୀ ମାନେ ମଧ୍ୟ ସାମିଲ ହୋଇଛନ୍ତି। ଏହା ଭୁବନେଶ୍ୱର ପୋଲିସ ଭବନରେ ଆରମ୍ଭ ହୋଇଛି।

ଏହି ସମ୍ମିଳନୀରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରାଯିବ। ଆଇନ ଶୃଙ୍ଖଳା, ନକ୍ସଲ ଦମନ ଓ ସଡକ ସୁରକ୍ଷା ମୁଖ୍ୟ ପ୍ରସଙ୍ଗ ରହିବ। ତେବେ ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି,”୨୦୧୯ ନିର୍ବାଚନ ଓଡ଼ିଶା ପୋଲିସ ପାଇଁ ବଡ ଚ୍ୟାଲେଞ୍ଜ, ଏହି ଚ୍ୟାଲେଞ୍ଜକୁ ନେଇ ଓଡ଼ିଶା ପୋଲିସର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।”

Comment