ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

କଂଗ୍ରେସରୁ ନିଲମ୍ବିତ ହେବା ପରେ ବିଧାୟକ ପଦରୁ ଇସ୍ତଫା ଦେବେ ଯୋଗେଶ ସିଂ। ଏନେଇ ସେ ଆଜି ଗଣମାଧ୍ୟମରେ ବିବୃତି ଦେଇଛନ୍ତି।

ସେ କହିଛନ୍ତି, “କଂଗ୍ରେସ ମତେ ବିନା କାରଣରେ ନିଲମ୍ବିତ କରିଛି। ମୁଁ ବିଧାୟକ ପଦରୁ ଇସ୍ତଫା ଦେବି।”

“ମୁଁ ସେମିତି କିଛି ଭୁଲ୍ କାମ କରିନି। ଦଳ ମତେ ବିନା କାରଣରେ ସସ୍‌ପେଣ୍ଡ କରିଛି। ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା କରିବା କ’ଣ ଭୁଲ୍? ମୋ’ ଅଞ୍ଚଳରେ ବିକାଶମୂଳକ କାମ ହୋଇଥିବାରୁ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶାଂସା କରିଥିଲି। ମୁଁ କେବେ ବି ଦଳ ଛାଡ଼ିବି ବୋଲି କହିନି”, କହିଛନ୍ତି ଯୋଗେଶ ସିଂ।

ବିଜେଡିରେ ଯୋଗ ଦେବା ସମ୍ପର୍କରେ ଯୋଗେଶ କହିଛନ୍ତି ଯେ ସେମିତି କିଛି ଅଫର ଆସିନି। ଆସିଲେ ଚିନ୍ତା କରିବି।

ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂଙ୍କୁ ଆଜି କଂଗ୍ରେସ ଦଳରୁ ନିଲମ୍ବିତ କରିଛି। ଦଳ ବିରୋଧୀ ମନ୍ତବ୍ୟ ପାଇଁ ଏଆଇସିସିର ଅନୁମୋଦନ କ୍ରମେ ପିସିସି ଯୋଗେଶଙ୍କୁ ନିଲମ୍ବିତ କରିଛି।

ଯୋଗେଶ ସିଂ ୨୦୧୪ରେ କଂଗ୍ରେସ ଟିକେଟରେ ସୁନ୍ଦରଗଡ଼ ବିଧାନସଭା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଗତ କିଛିଦିନ ହେଲା ସେ ଦଳ ବିରୋଧୀ ମନ୍ତବ୍ୟ ଦେବା ସହ ବିଜେଡିକୁ ପ୍ରଶଂସା କରିଥିଲେ। ରହୁଲଙ୍କ ସଭାକୁ ଯିବେନି ବୋଲି ଯୋଗେଶ କହିଥିଲେ।

Comment