ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୟୂରଭଞ୍ଜ ଜିଲ୍ଲା ଧାନଘେରା ଛକରେ ଏକ ପିକ୍‌ଅପ୍‌ ଦୁର୍ଘଟଣା ଘଟିଛି। ଦୁଇ ଜଣ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଆହତ ହୋଇଛନ୍ତି।

ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅନ୍ତର୍ଗତ ଧାନଘେରା ଛକ ନିକଟରେ ଏକ ପିକ୍‌ଅପ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୨ ଜଣ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ମୃତ ମହିଳାମାନେ ହେଲେ ସୁଲୋଚନା ବିଶ୍ୱାଳ ଓ କଟି ଖଣ୍ଡେଇ।

ପୋଲିସ ସୂଚନା ଅନୁଯାୟୀ, ଗୁରୁବାର ସକାଳୁ ଏକ ପିକଅପରେ ୪୦ରୁ ଅଧିକ ଯାତ୍ରୀ ଶିମିଳିପାଳ ଭିତରେ ବଡ଼ାମ ପୂଜା କରିବା ପାଇଁ ଯାଉଥିବା ବେଳେ ରାସ୍ତାରେ ପିକଅପ ଭାରାସାମ୍ୟ ହରାଇଥିଲା। ଗାଡ଼ିରେ ଅଧିକ ଯାତ୍ରୀ ଥିବାରୁ ଡ୍ରାଇଭର ଗାଡ଼ିକୁ ନିୟନ୍ତ୍ରଣ କରିବାକୁ ଅସଫଳ ହୋଇଥିଲା। ଯାହାଫଳରେ ଗାଡ଼ିଟି ଓଲଟି ପଡ଼ିଥିଲା।

ଦୁର୍ଘଟଣାସ୍ଥଳରେ ଦୁଇ ଜଣ ମହିଳା ପ୍ରାଣ ହରାଇଥିବା ବେଳେ ୪୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ଖୁଣ୍ଟା ଉଦଳା ଏବଂ ବାରିପଦା ମେଡିକାଲକୁ ପଠାଯାଇଛି। ୪ଜଣ ଗୁରୁତର ଅବସ୍ଥାରେ ଅଛନ୍ତି। ଖୁଣ୍ଟା ପୋଲିସ ଘଟଣାର ଅଧିକ ତଦନ୍ତ କରୁଛି।

Comment