ଓଡ଼ିଶାଲାଇଭ୍ ବ୍ୟୁରୋ

ବହୁ ଚର୍ଚ୍ଚିତ ପିପିଲି ଗଣ ଦୁର୍ଷର୍ମ ଓ ହତ୍ୟାମାମଲା। ଏହି ମାମଲା ଏବେ ହାଇକୋର୍ଟରେ ପହଞ୍ଚିଛି। ତଳକୋର୍ଟଙ୍କ ରାୟକୁ ଚାଲେଞ୍ଜ କରି ହାଇକୋର୍ଟରେ ଅପିଲ କରାଯାଇଛି। କ୍ରାଇମବ୍ରାଞ୍ଜ ତଳକୋର୍ଟଙ୍କ ରାୟକୁ ଚାଲେଞ୍ଜ କରି ହାଇକୋର୍ଟ ଯାଇଛନ୍ତି।  ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ଦଣ୍ଡିତ କରିବାକୁ ଅପିଲ୍‌ କରିଛି କ୍ରାଇମବ୍ରାଞ୍ଜ।

ପିପିଲି ମାମଲାରେ ତଳକୋର୍ଟରେ ୨ଅଭିଯୁକ୍ତ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଥିଲେ। ରାୟ ପ୍ରକାଶ ପାଇବା ପରେ ଘଟଣାକୁ ନେଇ ରାଜ୍ୟସାରା ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏପରିକି ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀ ଦେଇଥିବା ପ୍ରତିକ୍ରିୟାକୁ ନେଇ ବିରୋଧୀ ଆନ୍ଦୋଳନ ଓ ବିକ୍ଷୋଭ କରିଥିଲେ।

ବିରୋଧୀଙ୍କ ଆନ୍ଦୋଳନ ବିକ୍ଷୋଭ ଏପରି ବାରିପଦାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ପିପିଲି ପୀଡ଼ିତାଙ୍କ କଥା ଉଠାଇଥିଲେ। ଯାହାର ଦିନକ ପରେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ପ୍ରଦୀପ ମହାରଥୀ। ୨୦୧୧ ମସିହା ନଭେମ୍ବର ମାସରେ ପିପଲି ଥାନା ଅନ୍ତର୍ଗତ ଏକ ଗାଁରେ ଏହି ଘଟଣା ଘଟିଥିଲା। ଯାହାକୁ ନେଇ ସେତେବେଳେ ରାଜ୍ୟସାରା ତୁମ୍ବିତୋଫାନ ହୋଇଥିଲା।

Comment