ଓଡ଼ିଶାଲାଇଭ୍‌ ବ୍ୟୁରୋ

ନୂଆପଡ଼ା ଜିଲ୍ଲା କୋମନା ବ୍ଲକସ୍ଥିତ ଭରୁଆମୁଣ୍ଡା ତାଣ୍ଡେଲ ପାହାଡ଼ ଅଞ୍ଚଳରେ ହାତୀପଲ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି। ହାତୀପଲ ବଲାଙ୍ଗିର ଜିଲ୍ଲାରୁ ଆସିଥିବା ଜଣାପଡ଼ିଛି। ହାତୀପଲ କୋନାବିର ଅଞ୍ଚଳରେ ପ୍ରବଳ ମାତ୍ରାରେ କ୍ଷୟକ୍ଷତି କରୁଛନ୍ତି।

ଲଗାତାର ତିନି ଦିନ ହେବ ୨୫ରୁ ୩୦ ହାତୀ ଜଙ୍ଗଲର ତଳି ଅଞ୍ଚଳରେ ବୁଲୁଥିବା ବେଳେ ଗୁରୁବାର ରାତିରେ କୋନାବିରା ଅଞ୍ଚଳରେ ପନିପରିବା ଚାଷକୁ ପ୍ରବଳ ମାତ୍ରାରେ ନଷ୍ଟ କରିଦେଇଛନ୍ତି।

ହାତୀପଲକୁ ଘଉଡ଼େଇବା ପାଇଁ ଖଡ଼ିଆଳ ଡିଏଫଓ ଖୁସବନ୍ତ ସିଂଙ୍କ ନିର୍ଦ୍ଦେଶକ୍ରମେ ଖଡ଼ିଆଳ ବନବିଭାଗ ଏସିଏଫ ଦେବେନ୍ଦ୍ର ଖୁଣ୍ଟିଆ, ରେଞ୍ଜର ସଢ଼ାନନ ସୁନାନୀ, କୋମନା ଇନ୍‌ଚାର୍ଜ ଫରେଷ୍ଟର ଦିକ୍ଷୀତଙ୍କ ସମେତ ପାଞ୍ଚଟି ରେଞ୍ଜର ଷ୍ଟାଫ ହାତୀ ଘଉଡ଼େଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି।

ଏ ବାବଦରେ ଡିଏଫଓ ସିଂ ପ୍ରତିକ୍ରିୟା ରଖିଛନ୍ତି ଯେ କ୍ଷତିଗ୍ରସ୍ତ ହୋଇଥିବା ଚାଷ ଜମିର କ୍ଷତି ଆକଳନ କରି କ୍ଷତିପୂରଣ ଦିଆଯିବ।

Comment