ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲୋକସଭା ଏବଂ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ସଙ୍ଗଠନ ସଜାଡ଼ିବା ଆରମ୍ଭ କରିଛି। ଏହି କ୍ରମରେ ଦଳର କିଛି ପ୍ରମୁଖ ନେତାଙ୍କୁ ନୂଆ ଦାୟିତ୍ୱ ଦେଇଛି ବିଜେପି।

ଆଇଏଏସ୍ ଚାକିରି ଛାଡ଼ି ବିଜେପିରେ ଯୋଗ ଦେଇଥିବା ଅପରାଜିତା ଷଡ଼ଙ୍ଗୀଙ୍କୁ କେନ୍ଦ୍ରୀୟ ଯୋଜନା ଅନ୍ତର୍ଗତ ଲାଭାର୍ଥୀ ସମ୍ପର୍କ ବିଭାଗର ମୁଖ୍ୟ କରାଯାଇଛି।

ସେହିପରି ଦଳୀୟ ଆଭିମୁଖ୍ୟକୁ ଅଧିକ ଲୋକାଭିମୁଖି କରିବା ପାଇଁ ଆଇନ ଓ ସୂଚନା ଅଧିକାର ସେବାର ମୁଖ୍ୟ ଭାବେ ପୀତାମ୍ବର ଅଚୋର୍ଯ୍ୟଙ୍କୁ ଦାୟିତ୍ୱ ଦିଆଯାଇଛି।

ଗଣମାଧ୍ୟମ ଏବଂ ସୋସିଆଲ ମିଡିଆ କାର୍ଯ୍ୟକୁ ଅଧିକ କ୍ରୀୟାଶୀଳ କରିବା ପାଇଁ ମୁଖପାତ୍ର ଗୋଲକ ମହାପାତ୍ର ଏବଂ ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ମୁଖ୍ୟ ଦାୟିତ୍ୱ ଦିଆଯାଇଛି।

Comment