ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୟୂରଭଞ୍ଜ ଜିଲ୍ଲା ବାରିପଦା ବନଖଣ୍ଡ ଅନ୍ତର୍ଗତ କପ୍ତିପଦା ରେଞ୍ଜର ଜାମୁଚୁଆ ବିଟରେ ଏକ ହାତୀ ଛୁଆ ମୃତ ମାମଲାରେ ଫରେଷ୍ଟ ଗାର୍ଡ ଅନୀତା ସିଂ ନିଲମ୍ବିତ। ବାରିପଦା ବନଖଣ୍ଡ ଅଧିକାରୀ ସ୍ୱୟଂ ମଲ୍ଲିକ ଗାର୍ଡ ଅନୀତା ସିଂଙ୍କୁ ନିଲମ୍ବନ କରିଛନ୍ତି।

ତେବେ ଏହି ହାତୀ ଶାବକଟି ଗତ କିଛି ଦିନ ପୂର୍ବରୁ ମରି ପଡ଼ିଥିବାର ଖବର ପାଇ ସେଠାକାର ବନସୁରକ୍ଷା କର୍ମଚାରୀ ହାତୀଟିକୁ ସେଠାରେ ପୋତି ଦେଇଥିଲେ। ସେଠାରେ କାର୍ଯ୍ୟରତ ଫରେଷ୍ଟ ଗାର୍ଡ ଅନୀତା ସିଂ ବିଭାଗୀୟ ଅଧିକାରୀମାନଙ୍କୁ କୌଣସି ସୂଚନା ନ ଦେଇ ମୃତ ହାତୀ ଛୁଆକୁ ପୋତି ଦେଇଥିଲେ।

ଏ ସମ୍ପର୍କରେ ତଦନ୍ତ କରିବା ପରେ ଶୁକ୍ରବାର ବନଖଣ୍ଡ ଅଧିକାରୀ ତାଙ୍କୁ ନିଲମ୍ବିତ କରିଛନ୍ତି। ଏ ସମ୍ପର୍କରେ ଗୁରୁବାର ଵନ ବିଭାଗର ଏକ ତଦନ୍ତକାରୀ ଦଳ ମୃତ ହାତୀର ଶବକୁ ମାଟି ତଳୁ ଖୋଳି ତଦନ୍ତ କରିଥିଲେ ଏବଂ ତଦନ୍ତ ପରେ ତାକୁ ପୁଣି ପୋତି ଦିଆଯାଇଥିଲା।

Comment