ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

୨୦୧୯ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣିଥରେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ ଉଠାଇଛନ୍ତି। ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବାକୁ ନବୀନ ଆଜି ଆଉଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି।

ଚିଠିରେ ନବୀନ ଲେଖିଛନ୍ତି, “ଓଡ଼ିଶା ସବୁବେଳେ କେନ୍ଦ୍ର ଅବହେଳା ଏବଂ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରି ଆସୁଛି। ରେଲୱେ, ବ୍ୟାଙ୍କିଙ୍ଗ, ଜାତୀୟ ରାଜପଥ, ବିମାନସେବା ଆଦି କ୍ଷେତ୍ରରେ ଅବହେଳିତ ହୋଇ ଆସୁଛି। ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ମିଳିଲେ ଓଡ଼ିଶା ଅଧିକ ବିକଶିତ ହୋଇପାରିବ।”

ନବୀନ ଆହୁରି ଲେଖିଛନ୍ତି ଯେ ୧୯୯୦ ମସିହାରୁ ଓଡ଼ିଶା ସ୍ୱତନ୍ତ୍ର ରାଜ୍ୟ ପାହ୍ୟା କଥା ଉଠାଇ ଆସୁଛି। ଜାତୀୟ ତୁଳନାରେ ରାଜ୍ୟର ଅଭିବୃଦ୍ଧି ହାର ଅଧିକ। ଏଣୁ ଏସବୁ ଦିଗକୁ ବିଚାର କରି ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ମିଳିବା ଦରକାର।

ପୂର୍ବରୁ ମଧ୍ୟ ନବୀନ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ ଉଠାଇ ଆସିଛନ୍ତି। ଏନେଇ ନବୀନ ଅନେକ ଥର ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ଉପା ସରକାର ଅମଳରେ ଦିଲ୍ଲୀରେ ସମାବେଶ କରି ଦାବି ଉଠାଇଥିଲେ।

Comment