ଓଡ଼ିଶାଲାଇଭ୍ ପଲଟିକାଲ ବ୍ୟୁରୋ

ଆସନ୍ତା ୨୫ରେ ରେ ରାହୁଲ ଗାନ୍ଧି ଓଡ଼ିଶା ଆସୁଛନ୍ତି। ରାହୁଲ ୨୫ ତାରିଖ ଦିନ ଭୁବନେଶ୍ଵରରେ ଦଳ ପକ୍ଷରୁ ଆୟୋଜିତ ସମାବେଶରେ ସାମିଲ ହେବେ। ରାହୁଲ ପ୍ରଥମେ ବୁଦ୍ଧିଜୀବୀ ସମ୍ମିଳନୀରେ ଯୋଗ ଦେବେ। ଓଡ଼ିଶାର ବଛା ବଛା ବୁଦ୍ଧିଜୀବୀମାନଙ୍କ ସହ ରାହୁଲ ଆଲୋଚନା କରିବେ। ରାହୁଲ ବିଶାଳ ଜନସମାବେଶକୁ ସମ୍ବୋଧିତ କରିବେ। ୨୫ ତାରିଖ ଦିନ ରାହୁଲଙ୍କର ସକାଳ ୧୦ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ରହିଛି। ତେବେ କୁହାଯାଉଛି ରାହୁଲ ୨୫ତାରିଖ ପରେ ପୁଣି ୨ଥର ଓଡ଼ିଶା ଗସ୍ତ କରିପାରନ୍ତି।

ରାହୁଲଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମକୁ ଟକ୍କର ଦେବ ବିଜେଡି । ବିଜେପି ପରେ ଏବେ କଂଗ୍ରେସକୁ ଟକ୍କର ଦେବ ବିଜେଡ଼ି। ଯେଉଁଦିନ ରାହୁଲ ଓଡ଼ିଶା ଆସୁଛନ୍ତି ସେଦିନ ନବୀନ ସରକାର ପୁରୀ ଜିଲ୍ଲା ମାଳତୀପାଟପୁରରେ କରିବେ ଚାଷୀ ସମାବେଶ। ଯେଉଁଥିରେ ପାଖାପାଖି ୧ଲକ୍ଷ ଚାଷୀ ଯୋଗଦେବାର କାର୍ଯ୍ୟକ୍ରମ ଅଛି। ଏହା ସହିତ ଏହି ଦିନ ହିଁ କାଳିଆ ଯୋଜନାର ପ୍ରଥମ ପର୍ଯ୍ୟାୟ ଟଙ୍କା ଚାଷୀଙ୍କ ବ୍ୟାଙ୍କ ଖାତାକୁ ପଠାଯିବ।

ଏହାର ଶୁଭାରମ୍ଭ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିବେ। କୁହାଯାଉଛି ଯୋଜନାର ନାମ କାଳିଆ ହୋଇଥିବାରୁ ସେହିଦିନ ଏଭଳି ଏକ ଚାଷୀ ସମାବେଶ କରି ସହାୟତା ରାଶି ବାଣ୍ଟିବାକୁ ସ୍ଥିର ହୋଇଛି।

ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାରିପଦା ଓ ବଲାଙ୍ଗିର ଗସ୍ତ ଦିନ ନବୀନ ପଟ୍ଟନାୟକ ସାମିଲ ନହେବା, ଏହା ସହିତ ସେଦିନ ଦଳୀୟ କାର୍ଯ୍ୟକ୍ରମ ରଖିବା, ଆଉ ଏହା ପରେ ଏବେ ରାହୁଲଙ୍କ ଓଡ଼ିଶା ଗସ୍ତ ଦିନ ମାଳଟୀପାଟପୁରରେ ଚାଷୀ ସମାବେଶ। ଯାହାକୁ ନେଇ ଚର୍ଚ୍ଚା ହେଉଛି ଯେ ରାଜ୍ୟସରକାର ବିଜେପି ପରେ ଏବେ କଂଗ୍ରେସକୁ ଟକ୍କର ଦେବ।

Comment