ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟ ପର୍ଯ୍ୟଟନ ବିଭାଗ ଦ୍ୱାରା ଆୟୋଜିତ ରାଜାରାଣୀ ସଙ୍ଗୀତ ମହୋତ୍ସବ ଶୁକ୍ରବାରଠାରୁ ରାଜାରାଣୀ ମନ୍ଦିର ପରିସରରେ ଶୁଭାରମ୍ଭ ହୋଇଛି। ତିନି ଦିନ ଧରି ଏହି ମହୋତ୍ସବ ଚାଲିବ।

ଉଦଘାଟନୀ ସନ୍ଧ୍ୟାର ପ୍ରଥମ ଶିଳ୍ପୀ ଥିଲେ ଅନ୍ତର୍ଜାଜୀୟ ଖ୍ୟାତି ସମ୍ପନ୍ନ କର୍ଣ୍ଣାଟକୀ ଶାସ୍ତ୍ରୀୟ ସଙ୍ଗୀତର ଗାୟିକା ଅରୁଣା ସାଇରାମ। କର୍ଣ୍ଣାଟକୀ ସଙ୍ଗୀତର ବିଭିନ୍ନ ରାଗ ଓ ତାଳକୁ ନେଇ ସଙ୍ଗୀତ ପରିବେଷଣ କରିଥିଲେ ସେ। ରାଗ ହଂସଧ୍ୱନୀ ଏବଂ ଆଦିତାଳରେ ଅମୃତ ବର୍ଷିଣୀ ପରେ ପରେ ଅଷ୍ଟପଦୀ ପରିବେଷଣ କରିଥିଲେ ।

ତାଙ୍କର ପ୍ରସ୍ତୁତିରେ ଥିଲା ଓଡ଼ିଆ ଭଜନ ଜଗନ୍ନାଥସ୍ୱାମୀ ନୟନପଥଗାମୀ, ଥକାମନ ଚାଲଯିବା ଚକାନୟନ ଦେଖିବା ଇତ୍ୟାଦି‎।

କାର୍ଯ୍ୟକ୍ରମ ଭିତରେ ସେ କର୍ଣ୍ଣାଟକୀ ଶାସ୍ତ୍ରୀୟ ସଙ୍ଗୀତ ସହିତ ଓଡ଼ିଆ ଭଜନ ଗାନ କରି ଉପସ୍ଥିତ ଶ୍ରୋତାମାନଙ୍କୁ ସ୍ତମ୍ଭୀଭୂତ କରିଦେଇଥିଲେ। ତାଙ୍କୁ ବେହେଲାରେ ବି ଆର ରାଓ, ମୃଦଙ୍ଗରେ କେ ବି ପ୍ରସାଦ ଏବଂ ଘଟମରେ ଏସ ବି ରମଣୀ ସହଯୋଗ କରିଥିଲେ।

ସନ୍ଧ୍ୟାର ଦ୍ୱିତୀୟ କାର୍ଯ୍ୟକ୍ରମ ଥିଲା ପ୍ରବିନ ଗଡଖିଣ୍ଡିଙ୍କ ଦ୍ୱାରା ବଂଶୀବାଦନ। ବିଭିନ୍ନ ରାଗ ଓ ତାଳକୁ ନେଇ ତାଙ୍କର ବଂଶୀ ବାଦନ ବେଶ ହୃଦୟସ୍ପର୍ଶି ଥିଲା। ତାଙ୍କୁ ବଂଶୀବାଦନରେ ସହଯୋଗ କରିଥିଲେ ତାଙ୍କ ପୁତ୍ର ସରଜ ଗଡଖିଣ୍ଡି ଏବଂ ତବଲାରେ ଓଜାସ ଆଧ୍ୟା।

ଉଦଘାଟନୀ ସନ୍ଧ୍ୟାରେ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ରାଜ୍ୟ ପର୍ଯ୍ୟଟନ ବିଭାଗର ଶାସନ ସଚିବ ବିଶାଲ କୁମାର ଦେବ ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ ଡକ୍ଟର ବିଜୟ କୁମାର ଜେନା। କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଡକ୍ଟର ସଙ୍ଗୀତା ଗୋସାଇଁ  ଏବଂ ଡକ୍ଟର ଭେଦୁଲା ରାମଲକ୍ଷ୍ମୀ।

LEAVE A REPLY

Please enter your comment!
Please enter your name here