ଓଡ଼ିଶାଲାଇଭ୍ ବ୍ୟୁରୋ

ସାଉଥ୍‌ ଇଣ୍ଡିଆନ ଫିଲ୍ମର ପ୍ରଖ୍ୟାତ ହାସ୍ୟ ଅଭିନେତା ବ୍ରହ୍ମାନନ୍ଦମ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

ସାଉଥ୍‌ ଇଣ୍ଡିଆନ ଫିଲ୍ମର ଖ୍ୟାତନାମା ହାସ୍ୟ ଅଭିନେତା ବ୍ରହ୍ମାନନ୍ଦମଙ୍କ ହାର୍ଟ ସର୍ଜରୀ ପରେ ତାଙ୍କ ସ୍ଵାସ୍ଥ୍ୟ ସ୍ଥିର ରହିଛି। ରବିବାର ୬୨ ବର୍ଷୀୟ ବ୍ରହ୍ମାନନ୍ଦନମଙ୍କ ସ୍ଵାସ୍ଥ୍ୟ ଅଚାନକ ଗୁରୁତର ହୋଇପଡ଼ିଥିଲା। ତାଙ୍କୁ ମୁମ୍ବାଇର ଏଏଚ୍‌ଆଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ହସ୍ପିଟାଲରେ ସମସ୍ତ ପରୀକ୍ଷା ପରେ ତାଙ୍କର ହୃଦ୍‌ଜନିତ ସମସ୍ୟା ଥିବା ଜଣା ପଡ଼ିଥିଲା। ପରୀକ୍ଷା ନିରୀକ୍ଷା ପରେ ତାଙ୍କର ସର୍ଜରୀ କରାଯାଇଥିଲା। ସର୍ଜରୀ ପରେ ସେ ଏବେ କିଛିଦିନ ହସ୍ପିଟାଲରେ ଚିକିତ୍ସାଧୀନ ରହିବେ। ହସ୍ପିଟାଲରେ ତାଙ୍କର ଦୁଇ ପୁଅ ତାଙ୍କର ଦେଖାଶୁଣା କରୁଥିବା ସୂଚନା ମିଳିଛି।

ବ୍ରହ୍ମାନନ୍ଦମଙ୍କ ଖରାପ ସ୍ଵାସ୍ଥ୍ୟ ଖବର ପାଇ ପ୍ରଂଶସକ ମହଲରେ ଦୁଃଖର ଲହରୀ ଖେଳିଯାଇଛି। ଫିଲ୍ମ ଜଗତର ଅନ୍ୟ ପ୍ରମୁଖ ଅଭିନେତା ଓ ଅଭିନେତ୍ରୀ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।

୧୯୮୫ରେ ଫିଲ୍ମରେ ଡେବ୍ୟୁ କରିଥିବା ଏହି ପ୍ରସିଦ୍ଧ ହାସ୍ୟ ଅଭିନେତା ପାଖାପାଖି ୧୧୪୩ ଟି ଫିଲ୍ମରେ ଅଭିନୟ କରିଛନ୍ତି। ତାଙ୍କ ଅଭିନୟରେ ସେ ଦର୍ଶକଙ୍କୁ ଖୁବ୍ ମନୋରଞ୍ଜନ ଯୋଗାଇଛନ୍ତି।

Comment