ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ରାଜାରାଣୀ ସଙ୍ଗୀତ ମହୋତ୍ସବର ଆଜି ଥିଲା ଦ୍ୱିତୀୟ ସନ୍ଧ୍ୟା। ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତ ଓ ତବଲା ବାଦନରେ ରାଜାରାଣୀ ମନ୍ଦିର ପ୍ରାଙ୍ଗଣ ମୁଖରିତ ହୋଇଥିଲା।

ସନ୍ଧ୍ୟାର ପ୍ରଥମ କାର୍ଯ୍ୟକ୍ରମ ଥିଲା ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମ। ଏହାକୁ ପରିବେଷଣ କରିଥିଲେ ଭୁବନେଶ୍ୱରର ସଙ୍ଗୀତା ପଣ୍ଡା। ତାଙ୍କର ପ୍ରଥମ ପ୍ରସ୍ତୁତି ଥିଲା କବିସୂର୍ଯ୍ୟ ବଳଦେବ ରଥଙ୍କ ରଚନାରୁ ‘ସତେ କି ବିତି ଏହା କରିବ ଗୋ’ ଏହା ରାଗାଙ୍ଗି ରାଗତାରା ଉପରେ ନିବଦ୍ଧ ଥିଲା। ପରେ ପରେ ବାଟଛାଡ ମୋହନ ରେ ଯିବି ଯମୁନା.. ବରିବେଷଣ କରିଥିଲେ।

ଶେଷରେ ଜୟଦେବଙ୍କ ରଚନାରୁ ଗୀତଗୋବିନ୍ଦ ସଖିହେ କେଶି ମଥନ ମୁଦରମ ସହିତ ଓଡ଼ିଆ ଭଜନ ପରିବେଷଣ କରିଥିଲେ। ତାଙ୍କ ସହିତ ମର୍ଦ୍ଦଳରେ ନିରଞ୍ଜନ ସାହୁ, ବେହେଲାରେ ସୁରମଣୀ ରମେଶ ଚନ୍ଦ୍ର ଦାସ, କଣ୍ଠରେ ଶୃତି ମିଶ୍ର ଏବଂ ତାନପୁରାରେ ପ୍ରତିଭା ଦାସ ସହଯୋଗ କରିଥିଲେ।

ସନ୍ଧ୍ୟାର ଦ୍ୱିତୀୟ କାର୍ଯ୍ୟକ୍ରମ ଥିଲା ବିଖ୍ୟାତ ତବଲା ବାଦକ ପଣ୍ଡିତ କୁମାର ବୋଷଙ୍କ ଦ୍ୱାରା ତବଲା ବାଦନ। ତାଙ୍କୁ ସହଯୋଗ କରିଥିଲେ ପୋଖଜରେ କୁନାଲ ପାଟିଲ ଏବଂ ସାରଙ୍ଗୀରେ ପଙ୍କଜ ମିଶ୍ର।

ପୂର୍ବତନ ମୁଖ୍ୟ ଶାସନ ସଚିବ ତରୁଣକାନ୍ତି ମିଶ୍ର, ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ପର୍ଯ୍ୟଟନ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଉତ୍ପଳ କୁମାର ପତି ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ ଡକ୍ଟର ବିଜୟ କୁମାର ଜେନା। କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଡକ୍ଟର ସଙ୍ଗୀତା ଗୋସାଇଁ  ଏବଂ ଡକ୍ଟର ଭେଦୁଲା ରାମଲକ୍ଷ୍ମୀ।

Comment