ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ 

ରାଜ୍ୟରେ ଚାଷୀ, ସରକାରଙ୍କ ଦ୍ୱାରା ଧାର୍ଯ୍ୟ ସର୍ବନିମ୍ନ ସହାୟକ ମୂଲ୍ୟରେ ଧାନ ବିକ୍ରି କରୁଛନ୍ତି। ଯଦି କୌଣସି ଧାନମଣ୍ଡିରେ ଚାଷୀ,କମ୍‌ ମୂଲ୍ୟରେ ଧାନବିକ୍ରି  କରୁଥାନ୍ତି, ତେବେ ପ୍ରମାଣ ଦେଲେ ମୁଁ ରାଜନିତୀ ଛାଡିଦେବି ବୋଲି କିଛିଦିନ ତଳେ କହିଥିଲେ,ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର।

ମନ୍ତ୍ରୀଙ୍କ ଏହି କଥା,ବିରୋଧୀ ବିଜେପିକୁ ସମାଲୋଚନା କରିବାର ଖୋରାକ୍‌ ଯୋଗାଇଛି। ପୂର୍ବତନ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଜୟନାରାୟଣ ମିଶ୍ର, କହିଛନ୍ତି ଯେ,ସୂର୍ଯ୍ୟପାତ୍ର ଜଣେ ବେପାରୀ, ତାଙ୍କର ଧାନବିକ୍ରି,ମଣ୍ଡି ପରିଚାଳନା ଓ ଚାଷୀଙ୍କ ସମସ୍ୟା ସଂପର୍କରେ ସାଧାରଣ ଜ୍ଞାନ ମଧ୍ୟ ନାହିଁ। ଗୋଟିଏ ନୁହେଁ ପଶ୍ଚିମଓଡିଶାର ୧୦ଟି ଜିଲ୍ଲା ଓ ଗୋଟିଏ ସବ୍‌ଡିଭିଜନ୍‌ର ହଜାରଟି ସ୍ଥାନରେ ସେ, ଚାଷୀ କିପରି ଶୋଷଣ ହେଉଛି ସେ ପ୍ରମାଣ ସହ ଦେଖାଇଦେବେ। ମନ୍ତ୍ରୀ ସୂର୍ଯ୍ୟପାତ୍ର କେବେ, ଧାନମଣ୍ଡି ଦେଖିନଥିବାରୁ ଏପରି ବାହାଷ୍ଫୋଟ ମାରୁଛନ୍ତି ବୋଲି ଜୟନାରାୟଣ କହିଛନ୍ତି। ସୂର୍ଯ୍ୟପାତ୍ରଙ୍କୁ ଚ୍ୟାଲେଞ୍ଜ କରି, ଜୟନାରାୟଣ କହିଛନ୍ତି ଯେ, ଦିନେ ସୂର୍ଯ୍ୟପାତ୍ର ସମ୍ବଲପୁର କି,କଳାହାଣ୍ଡି ଆସନ୍ତୁ, ଆଉ ନିଜ ଆଖିରେ ଚାଷୀମାନେ, ଜିଲ୍ଲାପ୍ରଶାସନ ଠାରୁ ଆରମ୍ଭ କରି,ଯୋଗାଣ ଅଧିକାରୀ ଓ ମିଲ୍‌ ମାଲିକଙ୍କ ଦ୍ୱାରା କିପରି ଶୋଷଣର ଶିକାର ହେଉଛନ୍ତି ତାହା ଦେଖିପାରିବେ। କେବେଳ ସଚିବଙ୍କ କଥାରୁ ଯଦି, ରାଜ୍ୟରେ ସବୁ ମଣ୍ଡିରେ ଧାନବିକ୍ରି ଠିକ୍‌ ଚାଲିଛି ବୋଲି, ମନ୍ତ୍ରୀ ଭାବୁଛନ୍ତି ତାହା ଦିନରେ ସ୍ୱପ୍ନ ଦେଖିବା ଭଳି, ବାସ୍ତବ ଚିତ୍ର ନୁହେଁ ବୋଲି ଜୟନାରାୟଣ ତାତ୍ସଲ୍ୟ କରିଛନ୍ତି।

ସମ୍ବଲପୁର ଜିଲ୍ଲାରେ ଚାଷୀ ଏବେ ଅଭାବୀ ଧାନବିକ୍ରିର ଶିକାର ହୋଇଛି। ଜିଲ୍ଲାରେ ଅନେକ ମଣ୍ଡି ଖୋଲିବା ପୂର୍ବରୁ ବନ୍ଦ ହୋଇଯାଇଥିବା ବେଳେ, ସରକାରୀ ଧାର୍ଯ୍ୟମୂଲ୍ୟ ୧୭ଶହ୫୦ଟଙ୍କା ବଦଳରେ, ଚାଷୀ ଏବେ ଧାନ କ୍ୱିଣ୍ଟାଲ୍‌ ପିଛା୯ଶହରୁ ଏକହଜାର ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି।

ଗତ ୫ମାସ ହେଲା,ଓକିଲମାନଙ୍କ ଆନ୍ଦୋଳନ ଯୋଗୁ,ଜିଲ୍ଲାରେ ସମସ୍ତ ଯୋଗାଣବିଭାଗ କାର୍ଯ୍ୟାଳୟ ସମେତ,ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବନ୍ଦ ରହିଥିବାରୁ ତାର ଭରପୁର ଫାଇଦା ନେଉଛନ୍ତି ମିଲ୍‌ ମାଲିକ ମାନେ।

ସେପଟେ ଯୋଗାଣମନ୍ତ୍ରୀଙ୍କ ଧାନବିକ୍ରି ଓ ମୂଲ୍ୟକୁ ନେଇ ଦମ୍ଭୋକ୍ତିକୁ ଚ୍ୟାଲେଞ୍ଜ କରିଛି ବିଜେପି। ସମ୍ବଲପୁର ଜିଲ୍ଲାରେ ଚାଷୀ ଏବେ ସଂପୂର୍ଣ୍ଣ ନିରାଶ। ଜିଲ୍ଲାରେ କାଁ ଭାଁ କିଛି ମଣ୍ଡି ଖୋଲି କିଛି ଦିନ ଚାଲିବା ପରେ,ବନ୍ଦ ହୋଇଯାଇଛି। ସେହିପରି ଅନେକ ସ୍ଥାନରେ ମଣ୍ଡି ଖୋଲିବା ପୁର୍ବରୁ ବନ୍ଦ ଘୋଷଣା କରିଦେଇଛନ୍ତି,ଜିଲ୍ଲା ଯୋଗାଣ ଅଧିକାରୀ। ଏହାଦ୍ୱାରା ଚାଷୀ ବାଧ୍ୟ ହୋଇ, ମିଲ୍‌ ମାଲିକଙ୍କୁ ସରକାରୀ ସର୍ବନିମ୍ନ ସହାୟକ ମୂଲ୍ୟ,୧୭ଶହ୫୦ରୁ କମ୍‌ ମୂଲ୍ୟରେ ବିକ୍ରି କରୁଛି।

ଚାଷୀ ବଳଦେବ ବଗର୍ତ୍ତୀ କହିଛନ୍ତି ଯେ, ସରକାର ଚାଷୀଙ୍କ ପାଇଁ ବହୁତ ଯୋଜନା କରିଛନ୍ତି ବୋଲି ଆମେ ଟିଭିରୁ ଶୁଣୁଛୁ, ହେଲେ ଆମ ପାଖରେ ଗୋଟିଏ ବି ଯୋଜନା ପହଞ୍ଚି ପାରୁନାହିଁ। ଅଧାବାଟରେ କିମ୍ବା, ବିଭିନ୍ନ ସରକାରୀ ସଂସ୍ଥାରେ ଥିବା ଦଲାଲ୍‌ ମାନେ ସେହି ଯୋଜନାରୁ ଲାଭ ନେଉଥିଲେ, ହେଲେ ବିଲ ରେ ଖଟୁଥିବା ଚାଷୀମାନଙ୍କ ପାଖରେ କିଛି ବି ପହଞ୍ଚି ପାରୁନାହିଁ।

କିଛିଦିନ ତଳେ,ଯୋଗାଣମନ୍ତ୍ରୀ ସୂର୍ଯ୍ୟ ପାତ୍ର ଘୋଷଣା କରିଥିଲେ ଯେ, ଯଦି ରାଜ୍ୟର କୌଣସି ବି ସ୍ଥାନରେ, ଚାଷୀ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଠାରୁ କମ୍‌ ଅର୍ଥ ପାଉଥିଲେ ସେ ରାଜନିତୀ ଛାଡିଦେବେ। ଏହି କଥାକୁ, ବିଜେପିର ବରିଷ୍ଠ ନେତା ଜୟନାରାୟଣ ମିଶ୍ର ତାତ୍ସଲ୍ୟ କରି କହିଛନ୍ତି ଯେ, ସୂର୍ଯ୍ୟ ପାତ୍ର, ପଶ୍ଚିମ ଓଡ଼ିଶାରେ ଚାଷୀଙ୍କ ଅବସ୍ଥା ବୋଧହୁଏ ଜାଣିନଥିବେ। ଦିନ ହେଲେ କେବେ ଧାନମଣ୍ଡି କୁ ସୂର୍ଯ୍ୟ ପାତ୍ର କିମ୍ବା ତାଙ୍କ ପ୍ରତିନିଧୀ ଆସି ଥରେ ଦେଖନ୍ତୁ,ଏଠାରେ ଯୋଗାଣ ବିଭାଗ କିମ୍ବା,ଜିଲ୍ଲାପାଳ ନୁହଁନ୍ତି, ମିଲ୍‌ ମାଲିକ ଏଠି ସର୍ବେସର୍ବା

ରାଜ୍ୟ ସରକାର ଚାଷୀଙ୍କ ପାଇଁ ଅନେକ ଯୋଜନା କରିଥିବା କଥା କହୁଛନ୍ତି,ହେଲେ ତାର ସୁଫଳ ଚାଷୀଙ୍କ ପାଖରେ ପହଞ୍ଚିପାରୁନାହିଁ। ଆଉ ଫସଲ ବିକ୍ରି ବେଳେ, ମିଲ୍‌ ମାଲିକ,ଯୋଗାଣ ଅଧିକାରୀ ଓ ଦଲାଲ୍‌ଙ୍କ କଟ୍‌ନୀ ଛଟ୍‌ନୀ ଜାଲରେ ପଡି ସର୍ବସ୍ୱାନ୍ତ ହୋଇପଡନ୍ତି, ଆଉ ଏତିକି ବେଳେ ସରକାରଙ୍କ ଯୋଜନା ସତେ ଯେମିତି ଚାଷୀଙ୍କୁ ଉପହାସ ଭଳି।

Comment