ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଶୀତ ପ୍ରକୋପ ଜାରି ରହିଛି। ଆଜି ସକାଳେ ରାଜଧାନୀ ଭୁବନେଶ୍ୱର ସମେତ କଟକରେ ଘନ କୁହୁଡ଼ି ଦେଖିବାକୁ ମିଳିଥିଲା। ଆସନ୍ତା ୨୪ଘଣ୍ଟା ପର୍ଯ୍ୟନ୍ତ ଶୀତ ସାଙ୍ଗକୁ କୁହୁଡ଼ି ହେବାର ଆଶଙ୍କା ରହିଛି। ସକାଳ ୯ ପର୍ଯ୍ୟନ୍ତ କୁହୁଡ଼ିର ରହୁଛି।

ରାତିରେ ଜାଡ଼ ଅଧିକ ରହିବ। ଏପରିକି କିଛି ସ୍ଥାନରେ ପାରଦ ୩ରୁ ୫ ଡିଗ୍ରୀ ସେଲସିୟସକୁ ଖସିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।

ପାଣିପାଗ ବିଭାଗ ତରଫରୁ କୁହାଯାଇଛି ଯେ ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ଦେଓଗଡ଼, ବଲାଙ୍ଗିର, କେନ୍ଦୁଝର, ଅନୁଗୁଳ, ସୋନପୁର, ବୌଦ୍ଧ, ବରଗଡ଼, ଢେଙ୍କାନାଳ, ବାଲେଶ୍ୱର, ମୟୂରଭଞ୍ଜ ଜିଲ୍ଲାରେ ସର୍ବନିମ୍ନ ତାପମତ୍ରା ୩ରୁ ୫ ଡିଗ୍ରୀ ହ୍ରାସ ହେବାର ସମ୍ଭାବନା ରହିଛି। ଉପକୂଳ ଓଡ଼ିଶାରେ ଦିନ ଅପେକ୍ଷା ରାତିରେ ଥଣ୍ଡା ପବନ ବେହିବାର ସମ୍ଭାବନା ରହିଛି। ୨୦ ତାରିଖ ବେଳକୁ ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧି ଘଟିବ।

Comment