ଓଡ଼ିଶାଲାଇଭ୍ ବ୍ୟୁରୋ

ପୋଲିସଭବନରେ ଚାଲିଥିବା ବରିଷ୍ଠ ପୋଲିସ ଅଧିକାରୀ ସମ୍ମଳନୀର ଶେଷ ଦିନରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଜେଡ଼ି ସୁପ୍ରିମୋ ସାମିଲ ହୋଇ ଉଦବୋଧନ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ସାମିଲ ହେବା ସହ ପୋଲିସ ଅଧିକାରୀ ମାନଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି। ଲୋକଙ୍କ ନିକଟତର ହେବାକୁ ପୋଲିସ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି,”ଲୋକଙ୍କ ନିକଟତର ହୁଅ, ସେମାନଙ୍କ ସମସ୍ୟା ବୁଝ। ପୋଲିସଠାରୁ ଲୋକେ କ’ଣ ଆଶା କରୁଛନ୍ତି, ସେଥିପ୍ରତି ଯତ୍ନବାନ ହୁଅ। ପୋଲିସ କର୍ମଚାରୀମାନେ ଅନେକ କଠିନ ପରିସ୍ଥିତର ସାମ୍ନା କରୁଛନ୍ତି।”

ଏହା ସହିତ ନବୀନ ଆହୁରି କହିଛନ୍ତି,”ପୋଲିସ କର୍ମଚାରୀଙ୍କୁ ଉତ୍ତମ ବାତାବରଣ ଦେବାକୁ ଆମେ ସର୍ବଦା ଚେଷ୍ଟିତ।”

ଆଇନଶୃଙ୍ଖଳା ରକ୍ଷା ପାଇଁ ରାଜ୍ୟ ପୋଲିସକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ। ହକି ବିଶ୍ୱକପ୍‌ ସଫଳ ପରିଚାଳନା ପାଇଁ କମିଶନରେଟ ପୋଲିସକୁ ବାହାବା ଦେଲେ ନବୀନ।

Comment