ଓଡ଼ିଶାଲାଇଭ୍ ବ୍ୟୁରୋ

ଉତ୍କଳ ବିଶ୍ୱବିଦ୍ୟାଳୟ ଅଧିନରେ ଥିବା ମହାବିଦ୍ୟାଳୟରେ ଶନିବାର ଅନୁଷ୍ଠିତ ହୋଇଥିବା ଯୁକ୍ତ ୩ ପଞ୍ଚମ ସେମିଷ୍ଟାରର ରସାୟନ ବିଜ୍ଞାନ ଏବଂ ଗଣିତ ପରୀକ୍ଷା ରଦ୍ଦ କରାଯାଇଛି। ଏହି ବାତିଲ ପ୍ରଶ୍ନ ପତ୍ରରେ ତ୍ରୁଟି ଥିବାରୁ କରାଯାଇଛି।

ଶନିବାର ପରୀକ୍ଷା ଆରମ୍ଭ ହେବା ପରେ ପଶ୍ନପତ୍ର ପାଠ୍ୟକ୍ରମ ସହ ମେଳ ହେଉ ନଥିଲା। ଏନେଇ ଛାତ୍ରଛାତ୍ରୀ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ପରେ ବିଶ୍ୱବିଦ୍ୟାଳୟର କର୍ତ୍ତୁପକ୍ଷ ୨୦ ମିନିଟ ପରେ ପରୀକ୍ଷାକୁ ବାତିଲ କରିଥିଲେ। ଯାହାଫଳରେ ପଞ୍ଚମ ସେମିଷ୍ଟାରର ରସାୟନ ବିଜ୍ଞାନ ଏବଂ ଗଣିତ ପରୀକ୍ଷାକୁ ବାତିଲ କରାଯାଇଛି। ତେବେ ଆଗାମୀ ୭ ଦିନ ମଧ୍ୟରେ ପୁଣି ପରୀକ୍ଷା କରିବାକୁ ବିଶ୍ୱବିଦ୍ୟାଳୟ କର୍ତ୍ତୁପକ୍ଷ କହିଛନ୍ତି।

Comment