ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାପର ସମୀର ମହାନ୍ତିଙ୍କର ଆଉ ଏକ ଭିଡିଓ ସାମ୍ନାକୁ ଆସିଛି। ଯାହା ଏବେ ବେଶୀ ମାତ୍ରାରେ ଲାଇକ୍‌, କମେଣ୍ଟ ଏବଂ ଶେୟାର ହେବାରେ ଲାଗିଛି। ଏବଂ ଏହି ଭିଡିଓର ଲୋକପ୍ରିୟତା ଖୁବ୍‌ ଶୀଘ୍ର ବଢ଼ିବାରେ ଲାଗିଛି।

ତେବେ ଏହି ଭିଡିଓର ଟାଇଟଲ୍‌ ରହିଛି ‘ଖୁସି ତ’। ରାପ୍‌ରେ ଓଡ଼ିଶାର ଗାଥା ରହିଛି। ଓଡ଼ିଶାର ଐତିହ୍ୟ, ସଂସ୍କୃତି ଏବଂ ପରମ୍ପରାକୁ ନେଇ ଭିନ୍ନ ଏକ ସଙ୍ଗୀତ ସମୀରଙ୍କ ଦ୍ୱାରା ସଂଯୋଜନା କରାଯାଇଛି। ତେବେ ଏହି ରାପ୍‌ରେ ଓଡ଼ିଶାର ବିକାଶ, ପ୍ରଗତି ଏବଂ ରାଜ୍ୟ ସରକାରଙ୍କ ଉନ୍ନତିମୂଳକ କାର୍ଯ୍ୟ ଉପରେ ଉଲ୍ଲେଖ ଅଛି। ଏହି ଗୀତରେ ବିଗତ ଦିନର ଓଡ଼ିଶା ଏବଂ ଆଜିର ଓଡ଼ିଶା ମଧ୍ୟରେ ଥିବା ତଫାତକୁ ଦର୍ଶାଯାଇଛି। ଏହି ଭିଡିଓରେ ଟଙ୍କିକିଆ ଚାଉଳଠୁ ଆରମ୍ଭ କରି ଓଡ଼ିଶାରେ ଅନୁଷ୍ଠିତ ହୋଇଥିବା ହକି ଏବଂ ସମସ୍ତ ଯୋଜନା ଉପରେ ସଂଳାପ ରହିଛି।

‘ଖୁସି ତ’ ଭିଡିଓ ଭାଇରାଲ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀର ମହାନ୍ତିଙ୍କୁ ଟୁଇଟ୍‌ କରି ଧନ୍ୟବାଦ ଓ ଶୁଭକାମନା ଜଣାଇଛନ୍ତି।

ସମୀର ରିସୁ ମହାନ୍ତି ରାପର ରିସୁ ନାଁରେ ପରିଚିତ। ସମୀରଙ୍କ ମୁଁ ଓଡ଼ିଆ ରାପ୍‌ ଗୀତ ତାଙ୍କୁ ଅନେକ ଲୋକପ୍ରିୟତା ଆଣିଦେଇଥିଲା। ଗୀତ ଲେଖିବା, ମ୍ୟୁଜିକ୍‌ ଦେବା, ନିର୍ଦ୍ଦେଶନା ଦେବା ଓ ଗାଇବା ସବୁ କିଛି କରିଥାନ୍ତି ସମୀର।

Comment