ଓଡ଼ିଶାଲାଇଭ୍‌ ବ୍ୟୁରୋ

ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ମୋଦି ସରକାରଙ୍କ ବିରୋଧରେ ଶନିବାର କୋଲାକାତାରେ ଆୟୋଜନ କରିଛନ୍ତି ବିରୋଧୀ ମେଳି।

କୋଲାକାତାରେ ମମତା ବାନାର୍ଜୀ ଶନିବାର ମୋଦି ବିରୋଧୀ ମେଳିର ଆୟୋଜନ କରିଛନ୍ତି। ମମତାଙ୍କ ଏହି ମେଗା ଶୋ’ରେ ପ୍ରାୟ ୨୦ଟି  ବିରୋଧୀ ରାଜନୈତିକ ଦଳ ସାମିଲ ହେବେ। ଏହି ମେଗା ଶୋ ନିର୍ବାଚନ ପାଇଁ ବିରୋଧୀ ଦଳଙ୍କୁ ବଳ ଯୋଗାଇବ  ବୋଲି କୁହାଯାଉଛି। କୋଲକାତାସ୍ଥିତ ଐତିହାସିକ ବ୍ରିଗ୍ରେଡ ପଡ଼ିଆରେ ଆୟୋଜିତ ହେଉଛି ଏହି ସମାବେଶ ।

ଦିଲ୍ଳୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରୀୱାଲ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏବଂ ଜେଡିଏସ ନେତା ଏଚଡି କୁମାରସ୍ୱାମୀ, ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ,  ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡ଼ା, ଜମ୍ମୁ କଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲା ଏବଂ ଉମର ଅବଦ୍ଦୁଲା, ଆରଜେଡି ନେତା ତେଜସ୍ଵି ଯାଦବ ସାମିଲ ହେବେ ବୋଲି ସୂଚନା ମିଳିଛି।

ଡିଏମ୍‌କେ ସୁପ୍ରିମୋ ଏମ୍‌କେ ଷ୍ଟାଲିନ, ବିଜେପି ସାଂସଦ ଶତ୍ରୁଘ୍ନ ସିହ୍ନାଙ୍କ ସହ ବହୁ ବିରୋଧୀ ନେତା ଏଥିରେ ସାମିଲ ହେବେ।

କୋଲାକାତାରେ  ଆୟୋଜିତ ଏହି ସମାବେଶକୁ ଚିଠି ଲେଖି ସମର୍ଥନ ଜଣାଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ତେବେ ରାହୁଲ ଏହି ସମାବେଶରେ ସାମିଲ ହେଉନାହନ୍ତି।

Comment