ଓଡ଼ିଶାଲାଇଭ୍ ବ୍ୟୁରୋ

ଘନ କୁହୁଡ଼ି ଯୋଗୁଁ କଟକ ଚାନ୍ଦବାଲି ରାସ୍ତା କାର୍ତିଆ ଛକ ନିକଟରେ ଦୁର୍ଘଟଣା ହୋଇଛି। ଏଥିରେ ୪ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବାକି ସମସ୍ତେ ଗୁରୁତର ଭାବେ ଆହତ ହୋଇଛନ୍ତି।

ଘନ କୁହୁଡ଼ି ଯୋଗୁଁ ଦୁର୍ଘଟଣା ହୋଇଥିବା କୁହାଯାଉଛି। କାର୍ତିଆ ଛକ ନିକଟରେ ଟ୍ରକ ଓ ବୋଲେରୋ ମୁହାଁମୁହିଁ ଧକ୍କା ହୋଇଥିଲା।

ସମସ୍ତ ମୃତକ ଏବଂ ଆହତଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଛି। ତେବେ ଗତ ୩ଦିନ ହେବ ରାଜଧାନୀ ସମେତ ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଲାଗି ରହୁଛି। କୁହୁଡ଼ିର ମାତ୍ରା ଏତେ ଅଧିକ ରହୁଛି ଯେ ୧୦ ମିଟର ବ୍ୟବଧାନରେ ମଧ୍ୟ କିଛି ଦେଖାଯାଉନାହିଁ।

Comment