ଓଡ଼ିଶାଲାଇଭ୍ ଏଣ୍ଟରଟେନ୍‌ମେଣ୍ଟ ବ୍ୟୁରୋ

୧୮ ବର୍ଷ ପରେ ପୁଣି ବଲିଉଡ୍‌ରେ କମ୍‌ବ୍ୟାକ କରିବେ ଅମିର ଖାନଙ୍କ ଭାଇ ଫୈଜଲ ଖାନ।

ବଲିଉଡ୍‌ ଅମିର ଖାନଙ୍କ ଭାଇ ଫୈଜଲ ଖାନଙ୍କୁ ଦର୍ଶକ ‘ମେଲା’ ଫିଲ୍ମରେ ଦେଖିଥିବେ। ସେହି ସମୟ ସେ ରିଅଲ ବ୍ରଦର ଅମିର ଖାନଙ୍କ ସହିତ ନଜର ଆସିଥିଲେ। ମେଲା ଫିଲ୍ମ ବକ୍ସ ଅଫିସ୍‌ରେ ଧମାଲ ମଚାଇଥିଲା।

୨୦୦୦ ମସିହାରେ ରିଲିଜ ହୋଇଥିବା ମେଲା ପରେ ଫୈଜଲଙ୍କୁ ଆଉ ଦେଖିବାକୁ ପାଇନଥିଲେ ଦର୍ଶକ। ତେବେ ଦୀର୍ଘ ବର୍ଷର ବ୍ୟବଧାନ ପରେ ଏବେ ପୁଣି ଫୈଜଲ ବଲିଉଡ୍‌ରେ କମବ୍ୟାକ କରୁଥିବା ଖବର ଆସିଛି। ସେ ‘ଫ୍ୟାକ୍ଟ୍ରି’ ଫିଲ୍ମରେ ପୁଣି ଦର୍ଶକଙ୍କୁ ମନୋରଞ୍ଜନ ଯୋଗାଇବେ। ସେ ଏହି ଫିଲ୍ମରେ କେବଳ ଅଭିନୟ କରୁନାହନ୍ତି ଏଥିରେ ‘ଇଶ୍କ ତେରା’ ଗୀତ ବି ଗାଇବେ।

ଫିଲ୍ମ ମେଲା ପରେ ଫୈଜଲ ଅମିରଙ୍କ ଉପରେ ଆରୋପ ଲଗାଇଥିଲେ ଯେ, ଅମିର ତାଙ୍କୁ ବନ୍ଦୀ କରି ରଖୁଛନ୍ତି। ଏହାପରେ ଫୈଜଲଙ୍କ ମାନସିକ ଅବସ୍ଥା ଉପରେ ପ୍ରଶ୍ନ ଉଠିଥିଲା। ତେବେ ଫୈଜଲ ତାଙ୍କ ଅଭିନୟ କ୍ୟାରିୟର ଭିତରେ କେବଳ ୬-୭ଟି ଫିଲ୍ମରେ କାମ କରିଛନ୍ତି। ଏକ ଲମ୍ବା ବ୍ରେକ ପରେ ସେ ପୁଣି ବଲିଉଡ୍‌ରେ କମବ୍ୟାକ କରୁଛନ୍ତି।

Comment