ଓଡ଼ିଶାଲାଇଭ୍ ବ୍ୟୁରୋ

ମଙ୍ଗଳବାର ବିଜେପି ପକ୍ଷରୁ ପଶ୍ଚିମବଙ୍ଗରେ ଆୟୋଜିତ ହେଉଛି ରାଲି। ଏଥିରେ ହେଲିକପ୍ଟର ଜରିଆରେ ଯୋଗ ଦେବେ ଅମିତ ଶାହ।

ପଶ୍ଚିମବଙ୍ଗର ମାଳଦାରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ହେଲିକପ୍ଟର ଅବତରଣକୁ  ମାଳଦା ଜିଲ୍ଲା ପ୍ରଶାସନ ଅନୁମତି ଦେଇଛନ୍ତି। ପ୍ରଥମେ ଜିଲ୍ଲା ପ୍ରଶାସନ ଶାହଙ୍କ ହେଲିକପ୍ଟର ଅବତରଣକୁ  ମନା କରିଦେଇଥିଲେ। ଏନେଇ ବିବାଦ ଜୋର ଧରିବା ପରେ ସୋମବାର ଅବତରଣ ପାଇଁ ଅନୁମତି ମିଳିଛି ।

ନିକଟରେ ସ୍ୱାଇନ୍‌ ଫ୍ଲୁରେ ଆକ୍ରାନ୍ତ ହୋଇଥିଲେ ଶାହ। ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଥିଲେ। ଏବେ ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।  ଜାନୁଆରୀ ୨୨, ମଙ୍ଗଳବାରରେ ପଶ୍ଚିମବଙ୍ଗର ମାଳଦାରେ ଆୟୋଜିତ ଏକ ରାଲିରେ ଯୋଗ ଦେବେ ଶାହ। ବିଜେପି କର୍ମୀଙ୍କ ଏହି ରାଲିରେ ଶାହା ସମ୍ବୋଧନ ଦେବେ।

ମାଳଦାର ହୋଟେଲ ଗୋଲ୍‌ଡେନ ପାର୍କ ସାମନାରେ ଥିବା ପଡ଼ିଆରେ ହେଲିକପ୍ଟର ଅବତରଣ ସମ୍ଭବ ନୁହେଁ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଥିଲା। ସେଠାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ହେଲିକପ୍ଟର ବି ଅବତରଣ କରେ।

ମାଳଦା ହେଲିପ୍ୟାଡର ମରାମତି କାର୍ଯ୍ୟ ଚାଲିଥିବାରୁ ସେଠାରେ ହେଲିକପ୍ଟର ଅବତରଣ କରାଯାଇପାରିବ ନାହିଁ ବୋଲି ଜିଲ୍ଲା ପ୍ରଶାସନ କହିଥିଲା।

Comment