ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ ମହିଳାମାନେ ଅସୁରକ୍ଷିତ। ମହିଳାମାନଙ୍କୁ ରାଜ୍ୟ ସରକାର ସୁରକ୍ଷା ଦେବାରେ ବିଫଳ। ଏହି ଅଭିଯୋଗ ଆଣି ବିଜେପି ମହିଳା ମୋର୍ଚ୍ଚା ଆଜି ନବୀନ ନିବାସ ଘେରାଉ କରିବାକୁ ଉଦ୍ୟମ କରିଥିଲା। ହେଲେ ଶିଶୁ ଭବନ ଛକରେ ପୋଲିସ ବାଟ ଓଗାଳିଥିଲା। ଫଳରେ ପୋଲିସ ଏବଂ ବିଜେପି ମହିଳା ମୋର୍ଚ୍ଚା କର୍ମୀ ଧସ୍ତାଧସ୍ତି ହୋଇଥିଲେ।

ମହିଳା ମୋର୍ଚ୍ଚାର ସଦସ୍ୟମାନେ ଶେଷରେ ଶିଶୁଭବନ ଛକରେ ନାଲିଚୁଡ଼ି ବାନ୍ଧି ରାଜ୍ୟ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ମହିଳା ମୋର୍ଚ୍ଚାର ଏହି କାର୍ଯ୍ୟକ୍ରମରେ ସାଂସଦ ରୂପା ଗାଙ୍ଗୁଲି, ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତି ପରିଡ଼ା, ବିଜେପି ନେତ୍ରୀ ମହାଶ୍ୱେତା ରାୟ, ପିଙ୍କି ପ୍ରଧାନ, ଲେଖାଶ୍ରୀ ସାମନ୍ତସିଂହାର ପ୍ରମୁଖ ସାମିଲ ହୋଇଥିଲେ।

ଦଳୀୟ କାର୍ଯ୍ୟାଳୟରୁ ଏମାନେ ବିଶାଳ ଶୋଭାଯାତ୍ରାରେ ସରକାର ବିରୋଧୀ ସ୍ଲୋଗାନ ଦେଇ ମାଷ୍ଟରକ୍ୟାଣ୍ଟିନ, ରାଜମହଲ ଛକ ଦେଇ ଶିଶୁଭବନ ଛକରେ ପହଞ୍ଚିଥିଲେ।

ପିପିଲି ଏବଂ କୁନ୍ଦୁଲି ପୀଡ଼ିତାଙ୍କୁ ନ୍ୟାୟ ଦେବାରେ ରାଜ୍ୟ ସରକାର ବିଫଳ ଅଭିଯୋଗ ଆଣି ବିଜେପି ସାରା ରାଜ୍ୟରେ ଲାଲ୍ ଚୁଡ଼ି ସଂଗ୍ରହ ଅଭିଯାନ କରିଥିଲା।

Comment