ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ଓଡ଼ିଶା ରାଜନୀତିରେ ନୂଆ ଦଳର ଅଭ୍ୟୁଦୟ ହୋଇଛି। ଆଜି ଗଠନ ହୋଇଛି ‘ଓଡ଼ିଶା ଗଣତାନ୍ତ୍ରିକ ସାମ୍ମୁଖ୍ୟ’। ସମତା କ୍ରାନ୍ତି ଓ ଉତ୍କଳ ଭାରତ ମିଶି ଗଢ଼ିଲେ ନୂଆ ଦଳ। ଏ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଉଭୟ ଦଳର ନେତା।

ବ୍ରଜକିଶୋର ତ୍ରିପାଠୀ ଓ ଖାରବେଳ ସ୍ୱାଇଁ ସୂଚନା ଦେଇଛନ୍ତି ଯେ ଓଡ଼ିଶା ଗଣତାନ୍ତ୍ରିକ ସାମ୍ମୁଖ୍ୟର ପ୍ରାର୍ଥୀ ସମସ୍ତ ନିର୍ବାଚନ ମଣ୍ଡଳୀରେ ଦିଆଯିବ।

ଏହା ସହିତ ଓଡ଼ିଶା ବିଭିନ୍ନ କ୍ଷେତ୍ରରେ ପଛରେ ରହିଯାଇଥିବା ଖାରବେଳ କହିଛନ୍ତି। କୃଷିକ୍ଷେତ୍ରଠୁ ଆରମ୍ଭ କରି ମେଡିକାଲ , ଶିକ୍ଷା ସବୁଥିରେ ଓଡ଼ିଶା ପଛରେ ରହିଛି। ତେବେ ସମସ୍ତ ବିଜେଡି ବିରୋଧୀ ଶକ୍ତି ଗଣତାନ୍ତ୍ରିକ ସାମ୍ମୁଖ୍ୟରେ ଯୋଗଦେବାକୁ ଅନୁରୋଧ କରିଛନ୍ତି ଉଭୟ ବ୍ରଜ ତ୍ରିପାଠୀ ଓ ଖାରବେଳ।

Comment