ଓଡ଼ିଶାଲାଇଭ୍ ବ୍ୟୁରୋ

ଚୌଦ୍ୱାର କଜଳକଣାଠାରେ ଏକ ବସ୍‌ ଓଲଟି ୨ ଜଣଙ୍କର ମୃତ୍ୟୁ ଘଟିଛି। ୧୫ ଜଣ ଆହତ ହୋଇଛନ୍ତି।

ଚୌଦ୍ୱାର କଜଳକଣା ନିକଟରେ ଏକ ଘରୋଇ ବସ୍‌ ଓଲଟି ୨ ଯାତ୍ରୀଙ୍କର ମୃତ୍ୟୁ ଘଟିଛି। ଉକ୍ତ ଦୁର୍ଘଟଣାରେ ୨ ଜଣ ଯାତ୍ରୀ ଗୁରୁତର ଥିବା କହିଛନ୍ତି  କଟକ ଡିସିପି। ଉଦ୍ଧାର କାର୍ଯ୍ୟରେ ସ୍ଥାନୀୟ ଲୋକ, ପୋଲିସ୍‌, ଅଗ୍ନିଶମ କର୍ମଚାରୀ ଲାଗି ପଡ଼ିଛନ୍ତି।

ଦୁର୍ଘଟଣାରେ ୧୫ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଆହତ ଯାତ୍ରୀମାନଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।

ଦୁର୍ଘଟଣାଗ୍ରସ୍ତ ନୀଳକଣ୍ଠ ବସ୍‌ଟି ବ ଅନୁଗୁଳରୁ କଟକ ଆସୁଥିଲା। ଚୌଦ୍ୱାର କଜଳକଣାଠାରେ ରାସ୍ତା କାମ ପାଇଁ ଗଦା ହୋଇଥିବା ବାଲିରେ ବସ୍‌ଟି ଚଢ଼ି ଓଲଟି ପଡ଼ିଥିଲା। ବସ୍‌ରେ ଆହୁରି ଯାତ୍ରୀ ଫସି ରହିଥିବା ଜଣାପଡ଼ିଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି।

Comment