ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ

ବିଜେଡିରେ ଯୋଗଦେବେ କି ପ୍ରଶ୍ନରେ ପ୍ରଣୟ ସାହୁ କହିଛନ୍ତି,”କିଛି ନିଷ୍ପତ୍ତି ହୋଇନାହିଁ, ଆଜି ନିଷ୍ପତ୍ତି ନେବି”।

କଂଗ୍ରେସ ନେତା ପ୍ରଣୟ ସାହୁ ଆଜି ଇସ୍ତଫା ଦେଇଛନ୍ତି। ବିଜେପୁରର କଂଗ୍ରେସ ନେତା ହେଉଛନ୍ତି ପ୍ରଣୟ ସାହୁ। ଗତ ଉପନିର୍ବାଚନରେ ପ୍ରଣୟ କଂଗ୍ରେସର ପ୍ରାର୍ଥୀ ଥିଲେ।

ପ୍ରଣୟ ନିଜ ଇସ୍ତଫା ପତ୍ର ପିପିସି ସଭାପତିଙ୍କୁ ପଠାଇଛନ୍ତି। ତେବେ କଂଗ୍ରେସ ଛାଡ଼ିବା ପରେ ପ୍ରଣୟ ସାହୁ ପ୍ରତିକ୍ରିୟା ଦେଇଛନ୍ତି।

ପ୍ରଣୟ ନିଜ ପ୍ରତିକ୍ରିୟାରେ କହିଛନ୍ତି,”ଉପନିର୍ବାଚନ ସମୀକ୍ଷା ଲାଗି କହିଥିଲି, କିଛି କଲେନି। କାହିଁକି କଂଗ୍ରେସ ବିଜେପୁରରେ ହାରିଲା ଏବଂ ପରାଜୟର କାରଣ କ’ଣର ସମୀକ୍ଷା ପାଇଁ କହିଥିଲି। କଂଗ୍ରେସ ପୁନର୍ବିନ୍ୟାସରେ ମୋର କିଛି ଭୂମିକା ରହିଲାନି।”

ବିଜେଡିରେ ଯୋଗଦେବେ କି ପ୍ରଶ୍ନରେ ପ୍ରଣୟ ସାହୁ କହିଛନ୍ତି,”କିଛି ନିଷ୍ପତ୍ତି ହୋଇନାହିଁ, ଆଜି ନିଷ୍ପତ୍ତି ନେବି”।

ତେବେ ଚର୍ଚ୍ଚା ହେଉଛି ପ୍ରଣୟ କଂଗ୍ରେସର ହାତ ଛାଡ଼ିବା ପରେ ବିଜେଡିରେ ସାମିଲ ହୋଇପାରନ୍ତି। ମାତ୍ର ସେ ସଂଧ୍ୟା ସୁଦ୍ଧା କ’ଣ ନିଷ୍ପତ୍ତି ନେଉଛନ୍ତି, ଏବଂ ସେ କେଉଁ ଦଳରେ ସାମିଲ ହେଉଛନ୍ତି ତାହା ସ୍ପଷ୍ଟ ହୋଇପାରିବ।

ପଶ୍ଚିମ ଓଡ଼ିଶାରୁ ଜଣଙ୍କ ପରେ ଜଣେ ନେତା କଂଗ୍ରେସରୁ ହାତ ଛାଡିବା ପରେ ଆଗକୁ କଂଗ୍ରେସର ରଣନୀତି କଣ ରହିବ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

Comment