ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହିଳା କଂଗ୍ରେସର ଉପସଭାନେତ୍ରୀ ଜୟଶ୍ରୀ ପଟ୍ଟନାୟକ ବିଜେପିରେ ଯୋଗ ଦେଇଛନ୍ତି। ସେ ବିଦ୍ଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ଏହି ମିଶ୍ରଣ ବିଜେପି ରାଜ୍ୟ ମୁଖ୍ୟାଳୟରେ ହୋଇଅଛି।

ଜୟଶ୍ରୀଙ୍କ ସମେତ ଖୋର୍ଦ୍ଧା ଜିଲ୍ଲାର କିଛି ନେତା ଓ କର୍ମୀ ବିଜେପିରେ ଯୋଗ ଦେଇଛନ୍ତି। ବିଜେପିରେ ମିଶିବା ପରେ ଜୟଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ସେ ନିଜ ଇଚ୍ଛାରେ ବିଜେପିରେ ମିଶିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀତି ଆଦର୍ଶ ତାଙ୍କୁ ଅନୁପ୍ରାଣିତ କରିଥିବାରୁ ସେ ବିଜେପିରେ ମିଶିଛନ୍ତି ବୋଲି ଜୟଶ୍ରୀ କହିଛନ୍ତି।

ଜାନୁଆରୀ ୧୭ ତାରିଖରେ ଜୟଶ୍ରୀ ପ୍ରଦେଶ ମହିଳା କଂଗ୍ରେସ କମିଟିର ଉପସଭାନେତ୍ରୀ ଓ ପ୍ରଦେଶ କଂଗ୍ରେସ ସଭାନେତ୍ରୀ ପଦରୁ ଇସ୍ତଫା ଦେଇଥିଲେ।

Comment