ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହିଳାଙ୍କ ସୁରକ୍ଷା ପାଇଁ ବିଜେପି ମହିଳା ମୋର୍ଚ୍ଚାର ନାଲି ଚୁଡ଼ି ଅଭିଯାନ। ନବୀନ ନିବାସ ଘେରାଉ ବେଳେ ବିଜେପି ମହିଳା ମୋର୍ଚ୍ଚା ଓ ପୋଲିସ ମୁହାଁମୁହିଁ।

ମହିଳାଙ୍କ ସୁରକ୍ଷା ପାଇଁ ବିଜେପି ମହିଳା ମୋର୍ଚ୍ଚାର ନାଲି ଚୁଡ଼ି ଅଭିଯାନ। କୁନ୍ଦୁଲି, ପିପିଲି ପୀଡ଼ିତାଙ୍କୁ ରାଜ୍ୟ ସରକାର ନ୍ୟାୟ ଦେବାରେ ବିଫଳ ଅଭିଯୋଗ ଆଣି ବିଜେପି ମହିଳା ମୋର୍ଚ୍ଚା ନବୀନ ନିବାସକୁ ଲାଲ ଚୁଡ଼ି ପଠାଇବ। ଏଥିପାଇଁ ସୋମବାର ମହିଳାମାନଙ୍କ ଏକ ବିରାଟ ଶୋଭାଯାତ୍ରା ନବୀନ ନିବାସ ଅଭିମୁଖେ ଯାତ୍ରା କରିଛନ୍ତି। ଏହି ଅଭିଯାନରେ ସାମିଲ ହୋଇଛନ୍ତି ବିଜେପି ସାଂସଦ ରୂପା ଗାଙ୍ଗୁଲି।

ଏହି ପ୍ରତିବାଦରେ ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ବିଜେପି ମହିଳା ମୋର୍ଚ୍ଚା ଓ ପୋଲିସ୍‌ ମୁହାଁମୁହିଁ ହୋଇଛନ୍ତି। ଏମିତି କି ପୋଲିସ ଉପରକୁ ଚୁଡ଼ି ମାଡ଼ କରିଛି ବିଜେପି ମହିଳା ମୋର୍ଚ୍ଚା।

ପ୍ରତିଦିନ ରାଜ୍ୟରେ ଦୁଷ୍କର୍ମ, ନାରୀ ନିର୍ଯାତନା, ନାବାଳିକା ମାତୃତ୍ୱ ବଢ଼ି ଚାଲିଛି। ଏହାକୁ ରୋକିବା ପାଇଁ ରାଜ୍ୟ ସରକାର କୌଣସି ଉଦ୍ୟମ କରୁ ନାହାନ୍ତି। ଏହାର ପ୍ରତିବାଦରେ ସୋମବାର ବିଜେପି ମହିଳା ମୋର୍ଚ୍ଚା ଏହି ପଦକ୍ଷେପ ନେଇଛି।

LEAVE A REPLY

Please enter your comment!
Please enter your name here