ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରୟାଗରାଜର ପବିତ୍ର କୁମ୍ଭମେଳାରେ ସାମିଲ ହେଲେ ଓଡ଼ିଆ କିନ୍ନର ମୀରା ପରିଡ଼ା।

ଉତ୍ତରପ୍ରଦେଶ ପ୍ରୟାଗରାଜର ସଙ୍ଗମସ୍ଥଳରେ ପବିତ୍ର କୁମ୍ଭ ମେଳା ଆରମ୍ଭ ହୋଇଯାଇଛି। ୪୫ ଦିନର ଏହି ପ୍ରସିଦ୍ଧ କୁମ୍ଭମେଳାରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ କୋଣ ଅନୁକୋଣରୁ ଆସି ଗଙ୍ଗା ନଦୀରେ ବୁଡ଼ ପକାଇଥାନ୍ତି। ଏହି ମେଳାରେ କୋଟି କୋଟି ସାଧୁ ସନ୍ଥମାନେ ଏଠାକୁ ଆସିଥାନ୍ତି। ୪୫ ଦିନର ଏହି ଆସ୍ଥାର ବୁଡ଼ କେବଳ ସାଧୁସନ୍ଥ ଏବଂ ସାଧାରଣ ଲୋକେ ନୁହେଁ ବରଂ କିନ୍ନରମାନେ ମଧ୍ୟ ବୁଡ଼ ପକାଇଥାନ୍ତି।

ଏଥିରୁ ବାଦ୍‌ ପଡ଼ିନାହାନ୍ତି ଓଡ଼ିଆ ପୂର୍ବ ଭାରତ କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ୱର ସଭାପତି ମୀରା ପରିଡ଼ା। ପ୍ରୟାଗରାଜର ସାହୀ ସ୍ନାନରେ ସାମିଲ ହୋଇଛନ୍ତି ଓଡ଼ିଆ କିନ୍ନର ମୀରା ପରିଡ଼ା। ଏହାସହ ସମସ୍ତ ଶ୍ରଦ୍ଧାଳୁଙ୍କୁ ଆଶୀର୍ବାଦ ମଧ୍ୟ ଦେଇଛନ୍ତି। ଦେଶର ସମସ୍ତ ରାଜ୍ୟର କିନ୍ନର ଆଖଡ଼ାର କିନ୍ନରମାନେ ଏହି କୁମ୍ଭମେଳାରେ ସାମିଲ ହୋଇଛନ୍ତି।

କିନ୍ନରମାନେ ଦେଶବାସୀଙ୍କ ମଙ୍ଗଳକାମନା କରି ପ୍ରୟାଗରାଜର ଏହି ପବିତ୍ର କୁମ୍ଭମେଳାର ସାହୀ ସ୍ନାନରେ ବୁଡ଼ ପକାଇଥାନ୍ତି।

Comment