ଓଡ଼ିଶାଲାଇଭ ବ୍ୟୁରୋ

ଚମତ୍କାରକୁ ନମସ୍କାର। ଏଭଳି କିଛି ଚମତ୍କାର ଘଟଣାକୁ ନମସ୍କାର କରି ରହିହେବନି। ବ୍ରିଟେନରେ ଏଭଳି ଏକ ଚମତ୍କାର ଘଟଣା ଘଟିଛି ଯାହାକୁ ଶୁଣିଲେ ଆଶ୍ଚର୍ଯ୍ୟ ହେବେ। ୯ ମାସର ଶିଶୁକୁ ୨୪ ଘଣ୍ଟା ଭିତରେ ୨୫ ଥର ହାର୍ଟଷ୍ଟ୍ରୋକ୍ ହୋଇଛି। କିନ୍ତୁ ଶିଶୁଟି ସମ୍ପୂର୍ଣ୍ଣ ରୂପେ ସୁସ୍ଥ ଅଛି। ବ୍ରିଟେନର ଡାକ୍ତରମାନେ ମଧ୍ୟ ଥିୟୋ ଫ୍ରାଇ ନାମକ ଶିଶୁକୁ ‘ମିରାକିଲ୍ ବେବି’ କହୁଛନ୍ତି। ଶିଶୁକୁ ୨୫ ଥର ହାର୍ଟଷ୍ଟ୍ରୋକ୍ ମାରିବା ସତ୍ତେ୍ୱ ପୁରାପୁରି ଭାବେ ସୁସ୍ଥ ରହିବା ସହିତ ସାଧାରଣ ଜୀବନ ବିତାଉଛି। ଏଭଳି ଘଟଣା ବିଶ୍ୱରେ ପ୍ରଥମ ଥର ପାଇଁ ଘଟିଛି।

ଥିୟୋ ଫ୍ରାଇକୁ ଏବେ ଦେଢ଼ବର୍ଷ ହୋଇଛି। ୨୦୧୭ ମେ’ରେ ଶିଶୁଟି ଜନ୍ମ ହୋଇଥିଲା। ରକ୍ତ ବିଷାକ୍ତ କାରଣରୁ ଶିଶୁକୁ ଜନ୍ମର ୮ଦିନ ପରେ ପ୍ରଥମ ଥର ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲା। ଶରୀରରେ ରକ୍ତ ସଞ୍ଚାଳନ ସଠିକ୍ ଭାବେ ହେଉନଥବାରୁ ଶିଶୁଟିର ବଞ୍ଚିବା ଆଶା ଛାଡ଼ିଦେଇଥିଲେ ଡାକ୍ତର। ଚିକିତ୍ସା ପରେ ଜୁଲାଇ ମାସରେ ଶିଶୁଟି ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲା।

ପୁଣି ଶିଶୁର ଦେହ ଅବସ୍ଥା ଅବନତି ହେବାରୁ ଡିସେମ୍ବର ୨୧ରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଦୀର୍ଘ ୧୧ ଦିନ ପରେ ଅର୍ଥାତ ଜାନୁଆରୀ ୩୧ରେ ଶିଶୁଟିର ୨୫ ଥର ହାର୍ଟଷ୍ଟ୍ରୋକ୍ ହୋଇଥିଲା।  ଡାକ୍ତରଙ୍କ ପରାମର୍ଶ ପରେ ତା’ର ବାପା ହାର୍ଟ ସର୍ଜରୀ ପାଇଁ ଅନୁମତି ଦେଇଥିଲେ। ଅପରେସନ ସମୟରେ ଥିୟୋର ଦୁଇଥର ହାର୍ଟଷ୍ଟ୍ରୋକ୍ ହୋଇଥିଲା କିନ୍ତୁ ସ୍ୱାସ୍ଥ୍ୟବସ୍ଥା ଠିକ୍‌ ଥିଲା। ଏକ ଡାକ୍ତରୀ ଟିମ୍ ଦ୍ୱାରା ସଫଳ ଅପରେସନ କରାଯାଇଥିଲା। ଚିକିତ୍ସା କରୁଥିବା ଡାକ୍ତର ରମନ ଧନ୍ନାପୁଏନି ଏହି ଘଟଣାକୁ କୌଣସି ଚମତ୍କାରଠୁ କମ୍ ନୁହେଁ କହିଛନ୍ତି। ୨୪ ଘଣ୍ଟାରେ ୨୫ ଥର ହାର୍ଟଷ୍ଟ୍ରୋକ୍ ମାରିବା ସତ୍ତ୍ୱେ ଶିଶୁର ଅପରେସନ କରିବା ଆମ ଟିମ୍ ପାଇଁ ଚ୍ୟାଲେଞ୍ଜ ଥିଲା।

Comment