ଓଡ଼ିଶାଲାଇଭ୍‌ ବ୍ୟୁରୋ

ନିକିତାଙ୍କ ଶାଶୂଘରେ ପୋଲିସ ପକ୍ଷରୁ ଲଟକା ଲଗାଯାଇଥିଲେ ମଧ୍ୟ ଥାନାରେ ହାଜର ହୋଇନାହାଁନ୍ତି ଶାଶୂ ଶ୍ୱଶୁର।

ଅଭିନେତ୍ରୀ ନିକିତା ମୃତ୍ୟୁ ଘଟଣାରେ ନୂଆ ମୋଡ଼। ନିକଟରେ ନିକିତାଙ୍କ ଶାଶୂଘରେ ଚାଉଳିଆଗଞ୍ଜ ପୋଲିସ ପକ୍ଷରୁ ଲଟକା ଲଗାଯାଇଥିଲା। ଏବଂ ୧୯ତାରିଖ ସୁଦ୍ଧା ଥାନାରେ ହାଜର ହେବାକୁ ଲଟକାରେ ନିର୍ଦ୍ଦେଶ ରହିଥିଲା। ଇତି ମଧ୍ୟରେ ଶାଶୁ ଶ୍ୱଶୁର ଥାନାରେ ହାଜର ହୋଇନାହାଁନ୍ତି।

ତେଣୁ ପୋଲିସ ସେମାନଙ୍କୁ ଚାଉଳିଆଗଞ୍ଜ ଥାନାରେ ହାଜର ହେବାକୁ ଆଉ ସପ୍ତାହର ସମୟ ଦେଇଛନ୍ତି। ନିକିତାଙ୍କ ମୃତ୍ୟୁ ଘଟଣା ହତ୍ୟା ଅଭିଯୋଗରେ ପରିଣତ ହେବା ପରେ ଘଟଣା ଧିରେ ଧିରେ ମୋଡ଼ ବଦଳାଉଛି। ଏହି ମାମଲାରେ କରାଯାଇଥିବା ଅଭିଯୋଗ ଆଧାରରେ ନିକିତାର ଶାଶୂ ଶ୍ୱଶୂରଙ୍କୁ ଜେରା ଲାଗି ପୋଲିସ ନୋଟିସ ପଠାଇଥିଲେ ସୁଦ୍ଧା ସେମାନେ ଥାନାରେ ହାଜର ହୋଇନାହାନ୍ତି। ଅନ୍ୟପଟେ ନିକିତାଙ୍କ ଶାଶୂ ଶ୍ୱଶୂର ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି।

ନିକିତାଙ୍କ ବାପାଙ୍କ ଅଭିଯୋଗ ଅନୁସାରେ, “ଜାନୁଆରୀ ୫ରେ ଶାଶୂ ଘର ଲୋକଙ୍କ ସହ ନିକିତାଙ୍କର ମନୋମାଳିନ୍ୟ ଥିଲା। ତାଙ୍କୁ ବୁଝାଇବାକୁ ଲିପନ୍ ଆସିଥିଲେ। ଦୁହେଁ ଛାତ ଉପରକୁ ଯାଇଥିଲେ, ସେଠାରେ କିଛି ସମୟ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଲିପନ ଛାତ ଉପରୁ ଝିଅକୁ ଠେଲି ଦେଇଥିଲେ।”

ଗୁରୁତର ଅବସ୍ଥାରେ ନିକିତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ସେଠାରୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ତାଙ୍କୁ ପୁଣି ଏକ ଘରୋଇ ହସ୍ପିଟାଲ୍‌କୁ ନେଇଥିଲେ। ସେଠାରେ ନିକିତାଙ୍କ ମତ୍ୟୁ ଘଟିଥିଲା। ପାରିପାର୍ଶ୍ଵିକ ସ୍ଥିତି ଓ ତଥ୍ୟ ପ୍ରମାଣ ଆଧାରରେ ନିକିତାଙ୍କ ମୃତ୍ୟୁ ପାଇଁ ସ୍ୱାମୀ ଲିପନଙ୍କୁ ଦାୟୀ କରି ପୋଲିସ ତାଙ୍କୁ ଜେଲ ପଠାଇଥିଲା।

Comment